Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ମଇଁଷି ବିବାଦରୁ ହତ୍ୟାକାଣ୍ଡ, ବାପ-ପୁଅଙ୍କୁ ଆଜୀବନ କାରାଦଣ୍ଡ

11/05/2021 at 8:30 PM

ଢେଙ୍କାନାଳ ୧୧।୦୫: ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଗାଲପଡା ଗ୍ରାମରେ ଘଟିଥିବା ଏକ ହତ୍ୟା ମାମଲାରେ ଉକ୍ତ ଗ୍ରାମର ଅଭିଯୁକ୍ତ ବାପ-ପୁଅ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉଭୟ ବାପ ଓ ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଢେଙ୍କାନାଳ ଜିଲ୍ଲା ଦୌରା ଜର୍ଜ । ଅଭିଯୁକ୍ତ ବାପ ପୁଅ ହେଲେ ହିନ୍ଦୋଳ ଉପଖଣ୍ଡର ବାଲିମି ଥାନା ଅନ୍ତର୍ଗତ ଗାଲପଡା ଗ୍ରାମର ଦନେଇ ବେହେରା ଓ ପୁଅ ଦୁଷ୍ମନ୍ତ ବେହେରା ।

ସୂଚନାଯୋଗ୍ୟ, ମଇଁଷିକୁ କେନ୍ଦ୍ର କରି ଉଭୟ ବାପ ପୁଅଙ୍କର ତାଙ୍କ ଗ୍ରାମ ଗାଲପଡାର ଗୁରୁବାରୀ ବେହେରାଙ୍କ ସହ ବିବାଦ ରହିଥିଲା । ତେବେ  ଗତ ୨୦୧୮ମସିହା ମେ ୧ତାରିଖ ସନ୍ଧ୍ୟାରେ ଗୁରୁବାରୀ ବେହେରା ମଇଁଷି ଖୋଜିବାକୁ ଗାଁ ପାଖ ଜଙ୍ଗଲକୁ ଯାଇଥିବାବେଲେ ତାଙ୍କୁ ଦନେଇ ଓ ପୁଅ ଦୁଷ୍ମନ୍ତ ମିଶି  ପିଟିପିଟି ହତ୍ୟା କରିଥିଲେ । ଏପରିକି ବାପା ଗୁରୁବାରୀଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ପୁଅ ବିଭୁତି ବେହେରା ମଧ୍ୟ ଆକ୍ରମରେ ଆହତ ହୋଇଥିଲେ । ଏ ସମ୍ପର୍କରେ ବାଲିମି ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ଉଭୟ ବାପ ପୂଅଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

   Related Posts