ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ : ଗଲାଣି ୫୦କୋଟି ପଶୁପକ୍ଷୀଙ୍କ ଜୀବନ
5/01/2020 at 2:29 PM

କାନବେରା ୫।୧: ଦକ୍ଷିଣପୂର୍ବ ଅଷ୍ଟ୍ରେଲିଆର ଜଙ୍ଗଲରେ ଲାଗିଥିବା ନିଆଁ ଭୀଷଣ ରୂପ ଧାରଣ କରିଛି । ନିଆଁ ଏବଂ ଧୂଆଁରେ ଆକାଶ ରକ୍ତ ବର୍ଣ୍ଣ ହୋଇ ଯାଇଛି । ବିଶାଳ ଜଙ୍ଗଲକୁ ପୋଡି ପାଉଁଶ କରିବା ସହ ୫୦କୋଟି ପଶୁ ପକ୍ଷୀଙ୍କ ଜୀବନ ନେଲାଣି ଭୟଙ୍କର ଜଙ୍ଗଲ ନିଆଁ ।

ଗତ ସେପ୍ଟେମ୍ବର ମାସରୁ ଏହି ନିଆଁ ଲାଗିଛି, ଯାହା ଶହ ଶହ ଲୋକଙ୍କୁ ବାସହରା କରି ସାରିଲାଣି । ହଜାର ହଜାର ପଶୁ ପକ୍ଷୀ ଚାରିଆଡେ ମରି ପଡିଥିବା ଦେଖିବାକୁ ମିଳୁଛି । ଏହା ବ୍ୟତୀତ ହଜାର ହଜାର ପଶୁ-ପକ୍ଷୀ ନିଆଁରେ ପୋଡି ହୋଇ ଗୁରୁତର ହୋଇ ପଡିଛନ୍ତି ।

ନିଆଁ ଲାଗିଥିବାରୁ ସହାୟତା ଆଶାରେ ଜଙ୍ଗଲ ବାହାରକୁ ଚାଲି ଆସୁଛନ୍ତି କଙ୍ଗାରୁ । ନିୟୁ ସାଉଥ୍ ୱେଲସରେ ଜଙ୍ଗଲ ନିଆଁ ଗତ ୪ମାସରେ ଆଶାତୀତ ଭାବରେ କ୍ଷୟକ୍ଷତି କରିଛି । ବିରଳ କୋଆଲା ଏବଂ କଙ୍ଗାରୁ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି ।
Related Posts
ପୁଣି ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ତୀବ୍ରତା ୪.୧
16 January 2021