ଧାର ନେଇଥିଲା ଫେରାଇବାକୁ କହିବାରୁ ବ୍ୟବସାୟୀଙ୍କୁ କରିଥିଲା ହତ୍ୟା – ଗିରଫ ହେଲା ଧରପଗଡ଼ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା କରିଥିବା ଅଭିଯୁକ୍ତ

Published By : Prameya-News7 Bureau | November 25, 2019 IST

ଟିଟିଲାଗଡ ୨୫।୧୧ - ବହୁ ଚର୍ଚିତ ଧରପଗଡ଼ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା ଘଟଣାର ପର୍ଦାଫାଶ  । ଦୁଇ ମାସ ପରେ ଅଭିଯୁକ୍ତ ଧରାବଗଡ଼ ଗାଁର ଜବ ଓରଫ ଜବନାନନ୍ଦ କୁଅଁରକୁ ଗିରଫ କରିଛି ପେ।ଲିସ । ବଲାଙ୍ଗୀର ଏସପିଙ୍କ ନେତୃତ୍ଵରେ ଟିଟିଲାଗଡ଼ ଏସଡ଼ିପିଓ, ବଙ୍ଗୋମୁଣ୍ଡା ପୋଲିସ, ସଇଁତଲା ପୋଲିସ, ମୁରିବାହାଲ ପୋଲିସ ଓ ଟିକ୍ରାପଡ଼ା ପୋଲିସର ମିଳିତ ଉଦ୍ୟମରେ ଗଠିତ ଟିମ ଅଭିଯୁକ୍ତକୁ କାବୁ କରିଛନ୍ତି ।

ସେପ୍ଟମ୍ବର ୨୫ତାରିଖରେ ବ୍ୟବସାୟୀ ସତ୍ୟ ନାରାୟଣ ପୁରୋହିତ ତାଙ୍କ ଦେ।କାନରେ ଶୋଇଥିବା ବେଳେ ଏକ ଧାରୁଆ କଟୁରୀରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଜବନାନନ୍ଦ କୁଅଁର ନାରାୟଣଙ୍କ ଠାରୁ ଟଙ୍କା ଧାର ନେଇଥିଲା । ନାରାୟଣ ଟଙ୍କା ମାଗିବାରୁ ସେ ନାରାୟଣଙ୍କୁ ହତ୍ୟା କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.