ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ ସହ କିଟ୍‌ ବଣ୍ଟନ, ଯୋଗଦେଲେ ବିଧାୟକ

Published By : Prameya-News7 Bureau | December 05, 2021 IST

ଦେବଗଡ଼, ୦୫/୧୨: ରବିବାର ଦେବଗଡ ରାଧାକୃଷ୍ଣ ମନ୍ଦିର ପରିସରରେ ଭିନ୍ନକ୍ଷମ ମାନଙ୍କୁ ତିନିଚକିଆ ସାଇକଲ ଓ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଛି । ଦେବଗଡ ଜିଲ୍ଲାରେ ବିଭିନ୍ନ ପ୍ରକାରର ଭିନ୍ନକ୍ଷମଙ୍କୁ ସହଯୋଗ ପାଇଁ ୭୫ଟି କିଟ ବଣ୍ଟନ କରାଯିବା ଯୋଜନା ରହିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଭିନ୍ନକ୍ଷମଙ୍କୁ ଏହା ବଣ୍ଟନ କରାଯାଇଥିଲା । ଭୁବନେଶ୍ବରର ଜଗବନ୍ଧୁ ଜରାଶ୍ରମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମାନସିକ ଭିନ୍ନକ୍ଷମଙ୍କୁ ଏମଏସଆଇଈଡି କିଟ ବଣ୍ଟନ କରାଯାଇଥିବା ବେଳେ ଶାରୀରିକ ଭିନ୍ନକ୍ଷମଙ୍କୁ ତିନି ଚକିଆ ସାଇକେଲ, ହ୍ବିଲ ଚେୟାର, ସ୍ମାର୍ଟ ଫୋନ, ଡେଜି ପ୍ଲେୟାର ପ୍ରଭୃତି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଲଟପୁର ନିରତାରର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ରୋପଣ ବିଭାଗର ସ୍ମୃତିରଞ୍ଜନ ଦାସ , ବାକ୍ ଶ୍ରବଣ ଚିକିତ୍ସା ବିଭାଗର ବିଭୁପ୍ରସାଦ ହୋତା, ଜଗବନ୍ଧୁ ଜରାଶ୍ରମର ସଂପାଦକ ଆଶୁତୋଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.