Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବୁମରାହଙ୍କୁ ମାଲିଙ୍ଗାଙ୍କ ସହ ତୁଳନା କଲେ କିରେନ ପୋଲାର୍ଡ, ବିଶ୍ୱସ୍ତରୀୟ ବୋଲର କହି କଲେ ଜୋରଦାର ପ୍ରଶଂସା

19/10/2020 at 5:35 PM

ଦୁବାଇ, ୧୯।୧୦: ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଜସପ୍ରିତ ବୁମରାହ ହେଉଛନ୍ତି ବିଶ୍ୱସ୍ତରୀୟ ବୋଲର । ସେ ଶ୍ରୀଲଙ୍କାର ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କ ସମସ୍ତ ଭାର ନିଜ କାନ୍ଧରେ ନେଇଛନ୍ତି ବୋଲି କହିଛନ୍ତି କିରେନ ପୋଲାର୍ଡ ।

ଚଳିତ ଆଇପିଏଲରେ ପାରିବାରିକ କାରଣରୁ ଲସିଥ ମାଲିଙ୍ଗା ଖେଳିପାରି ନଥିଲେ । ତାଙ୍କ ସ୍ଥାନରେ ବୁମରାହଙ୍କୁ ଦ୍ରୁତ ବୋଲିଂ ଭାର ଦିଆଯାଇଥିଲା । ଏବେସୁଦ୍ଧା ବୁମରାହ ଆଇପିଏଲର ଚଳିତ ସିଜିନରେ ୧୫ଟି ଓ୍ୱିକେଟ୍ ନେଇ ସାରିଛନ୍ତି ।

ପୋଲାର୍ଡ ରବିବାର କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍ ପରେ କହିଛନ୍ତି ଯେ, ବୁମରାହ ହେଉଛନ୍ତି ବିଶ୍ୱସ୍ତରୀୟ ବୋଲର । ସେ ଦୀର୍ଘଦିନ ଧରି ଦିନିକିଆରେ ଏକ ନମ୍ବର ବୋଲର ହୋଇ ରହିଥିଲେ । ସେ ଅନେକ କିଛି ଶିଖିଛନ୍ତି । ଏହାସହ ସେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁ ଆଗକୁ ବଢିଛନ୍ତି ।

ପୋଲାର୍ଡ ଆହୁରି କହିଛନ୍ତି ଯେ, କିଛି ବର୍ଷ ପୂର୍ବରୁ ଦଳ ପାଖରେ ଫିଟ୍ ମାଲିଙ୍ଗା ଥିଲେ । ସେ ଦ୍ରୁତ ବୋଲିଂ ଭାର ନିଜେ ନେଇଥିଲେ । ଏବେ ବୁମରାହ ସେହି ଦାୟିତ୍ୱ ତୁଲାଉଛନ୍ତି ।

ପଞ୍ଜାବ ବିପକ୍ଷ ମ୍ୟାଚ୍ ପରେ ପୋଲାର୍ଡ ଅଧିନାୟକ ରୋହିତ ଶର୍ମାଙ୍କ ବଦଳରେ ବୟାନ ଦେଇଥିଲେ । ସେ କହିଥିଲେ ଯେ, ରୋହିତ ଶର୍ମା ଠିକ୍ ନାହାଁନ୍ତି । ତେଣୁ ସେ ମିଡିଆ ସାମ୍ନାକୁ ଆସିଛନ୍ତି । ରୋହିତଙ୍କର କମ ହୋଇଛି ତାହା ଜଣାପଡିବ । କିନ୍ତୁ ରୋହିତ ଜଣେ ଯୋଦ୍ଧା ବୋଲି ପୋଲାର୍ଡ କହିଛନ୍ତି ।

   Related Posts