ରନ କରି ପାରୁନଥିବାରୁ ବ୍ୟାଟିଂ ଛାଡି ପାଭିଲିୟନ ଫେରିଗଲେ କିରଣ ପୋଲାର୍ଡ ! ନିଜକୁ ଘୋଷିତ କଲେ ରିଟାୟର୍ଡ ହଟ୍

Published By : Prameya-News7 Bureau | October 29, 2021 IST

ସାରଜା ୨୯।୧୦: ବିଶ୍ଵକପ୍ ୨୦୨୧ ସୁପର ୧୨ ରାଉଣ୍ଡରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଅଚାନକ ବ୍ୟାଟିଂ ଛାଡି ପାଭିଲିୟନ ଫେରିଗଲେ ଓ୍ଵେଷ୍ଟଇଣ୍ଡିଜ ଅଧିନାୟକ କିରଣ ପୋଲାର୍ଡ। ସଂପୂର୍ଣ୍ଣ ଫିଟ୍ ଥାଇ ବି ନିଜକୁ ସେ ରିଟାୟର୍ଡ ହଟ୍ ଘୋଷିତ କରିଥିଲେ। ଏହା ଦେଖି କ୍ରିକେଟ୍ ପ୍ରଶଂସକ ଏବଂ ଭାଷ୍ୟକାର ମଧ୍ୟ ତାଜୁବ। ସଭିଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରହିଥିଲା ଯେ, କିରଣ  ପୋଲାର୍ଡ କାହିଁକି ଏମିତି ନିଷ୍ପତ୍ତି ନେଲେ ?

ଏହି ସବୁ ଘଟଣା ମ୍ୟାଚ୍‌ର ୧୩ତମ ଓଭରରେ ଘଟିଥିଲା। ପୋଲାର୍ଡ ତସ୍କିନ ଅହମ୍ମଦଙ୍କ ବଲ୍‌ରେ ଏକ ରନ ନେଇ ନନଷ୍ଟ୍ରାଇକ୍‌ ଏଣ୍ଡକୁ ଚାଲିଗଲେ ଏବଂ ସେଠାରୁ ମଝି ଓଭରରେ ପାଭିଲିୟନ ଫେରିଗଲେ। ସେ ନିଜକୁ ରିଟାୟର୍ଡ ହଟ୍ ଘୋଷିତ କରିଥିଲେ।

wp:html /wp:html

ସେ ୧୬ଟି ବଲ୍‌ ସମ୍ମୁଖୀନ ହୋଇ ମାତ୍ର ୮ ରନ କରିଥିଲେ। କୁହାଯାଉଛି ବଲ୍‌ ତାଙ୍କ ବ୍ୟାଟ୍‌କୁ ଠିକ୍‌ରେ ଆସୁ ନଥିଲା ଏବଂ ସେ ଟାଇମିଂ କରି ପାରୁନଥିଲେ। ଏଥିପାଇଁ ସେ ପାଭିଲିୟନ ଫେରି ଯାଇଥିଲେ।  କିନ୍ତୁ ଶେଷ ଓଭରରେ ଡ୍ଵେନ ବ୍ରାଭୋ ଆଉଟ୍ ହେବା ପରେ କ୍ରିଜକୁ ଆସିଥିଲେ ଏବଂ ଶେଷ ବଲ୍‌ରେ ଛକା ମାରିଥିଲେ। ଏହି ପରି ସେ ୧୮ ବଲ୍‌ରୁ ୧୪ ରନର ଇନିଂସ ଖେଳିଥିଲେ।

wp:html /wp:html

ଟ୍ଵିଟରରେ ଅନେକ ପ୍ରଶଂସକ ପୋଲାର୍ଡଙ୍କ ଏହି ନିଷ୍ପତ୍ତି ପଛର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ଏହି ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ମହମୁଦୁଲ୍ଲା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓ୍ଵେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୪୨ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.