ପରକୀୟା ପ୍ରୀତି ଆଗରେ ଫିକା ପଡିଲା ମାତୃତ୍ଵ: ପିଲା କାନ୍ଦି କାନ୍ଦି କହିଲେ, ମା' ଘରକୁ ଚାଲ ବହୁତ ମନେପଡ଼ୁଛ, ମହିଳା କହିଲେ-ନା ପ୍ରେମିକ ସାଙ୍ଗରେ ହିଁ ରହିବି

Published By : Prameya-News7 Bureau | December 01, 2021 IST

ଲକ୍ଷ୍ନୌ ୦୧/୧୨ : ଦୁଇ ପିଲାଙ୍କ ମା' ମୁଣ୍ଡରେ ଏମିତି ପ୍ରେମ ନିଶା ଚଢିଲ ଯେ ସେ ନିଜ ପିଲାଙ୍କୁ ସ୍ୱାମୀ ପାଖରେ ଛାଡି ଦେଇ ପ୍ରେମିକ ପାଖକୁ ଚାଲିଗଲେ। ଅଲିଗଡର ଜଣେ ଯୁବକଙ୍କ ସହ ଫେସବୁକରେ ମହିଳାଙ୍କର ବନ୍ଧୁତା ହୋଇଥିଲା। ନିଜ ସ୍ୱାମୀ, ପିଲା, ଘର ପରିବାରକୁ ଛାଡି ମହିଳା ମାସ ମାସ ହେଲା ପ୍ରେମିକ ପାଖରେ ରହୁଛନ୍ତି। ଏପଟେ ସ୍କୁଲରେ ପଢ଼ୁଥିବା ଦୁଇ ପିଲା ମା'କୁ ମନେପକାଇ ସବୁବେଳେ କାନ୍ଦୁଛନ୍ତି। ସ୍ୱାମୀ ମଧ୍ୟ ପତ୍ନୀକୁ ଖୋଜିବାକୁ ଥାନାର ଚକ୍କର କାଟୁଛନ୍ତି।

ମାସେ ପରେ ପୋଲିସ ମହିଳାଙ୍କୁ ଖୋଜି ଅଲିଗଡ଼ ଥାନାକୁ ଆଣିବା ପରେ ପିଲାମାନେ ଖୁସିରେ ମା'କୁ ଦେଖିବାକୁ ସ୍କୁଲରୁ ଦୌଡ଼ି ଆସି ଥାନାରେ ପହଞ୍ଚିଲେ। ପିଲାମାନେ କାନ୍ଦି କାନ୍ଦି ହାତ ଯୋଡି ମା'କୁ ମୋହିଲେ, 'ମା' ଘରକୁ ଚାଲ, ତମ କଥା ବହୁତ ମନେପଡୁଛି।' କିନ୍ତୁ ଏତିକି ଶୁଣି ବି ମା' ମନ ଟିକେ ତରଳିଲାନି। ସେ ସିଧା ସିଧା କହିଲେ ଯେ ସେ ପ୍ରେମିକ ସାଙ୍ଗେ ରହିବେ। ସ୍ୱାମୀ ମଧ୍ୟ ହାତ ଯୋଡି କହିଲେ, ଘରକୁ ଚାଲ, ସବୁ ଭୁଲ କ୍ଷମା କରିଦେବି। ପିଲା ମା' ପାଖରେ ନେହୁରା ହେଉଥିବା ଦେଖି ବାପା ଆଖିରୁ ଲୁହ ଝରି ଆସିଲା। ସେ ବି ପତ୍ନୀକୁ ଗୁହାରି କଲେ। ବାରମ୍ବାର କହିଲେ ପିଲାଙ୍କ ପାଇଁ ହଉ ଚାଲିଆସ। ଯାହା ବି କଲା ସବୁ ପାଇଁ କ୍ଷମା କରିଦେବି। କିନ୍ତୁ ତଥାପି ମହିଳା ସ୍ୱାମୀ ଘରକୁ ଫେରିବାକୁ ରାଜି ହେଲେନି। 

ମଉ ଭବେୟା ବାସିନ୍ଦା ମହିଳାଙ୍କର ଦୁଇ ପିଲା। ଝିଅ ୧୩ ବର୍ଷର ଓ ପୁଅ ୭ ବର୍ଷର। ସ୍ୱାମୀ ଶ୍ରମିକ କାମ କରନ୍ତି। ଅକ୍ଟୋବର ୨୦ ରେ ଦୁଇ ପିଲା ସ୍କୁଲକୁ ଯାଇଥିଲେ। ସେତେବେଳେ ମହିଳା ଔଷଧ ନେବା ବାହାନାରେ ଘର ଛାଡି ପ୍ରେମିକ ପାଖକୁ ଚାଲିଗଲେ। ସ୍ୱାମୀ ପୋଲିସର ସାହାଯ୍ୟ ମାଗିଲେ କିନ୍ତୁ ପୋଲିସ ବି ସାହାଯ୍ୟ କରିବାକୁ ମନା କରିଦେଲା। ମାମଲା ଗଣମାଧ୍ୟମକୁ ଆସିବା ପରେ ପୋଲିସ ମହିଳାଙ୍କୁ ପ୍ରେମିକ ପାଖରୁ ଥାନାକୁ ଆଣିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.