Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବାୟୁ ଓ ଭୂତଳ ଜଳ ପାଲଟିଛି ଜହର : କିଡନୀ ରୋଗରେ ୨ ମାସରେ ଗଲାଣି ୫ ଜୀବନ, ଗ୍ରାମବାସୀଙ୍କ ଅଭିଯୋଗ ପରେ ବି ପ୍ରଶାସନ ଚୁପ୍

18/04/2021 at 11:06 AM

ଯାଜପୁର ରୋଡ, ୧୮/ :  ବିପଦ ମୁହଁରେ ଗାଁ। ଚାଲିଯାଉଛି ଗୋଟିଏ ପରେ ଗୋଟିଏ ମୂଲ୍ୟବାନ ଜୀବନ। କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି ଲୋକେ । ଗତ ୨ ମାସ ମଧ୍ୟରେ ଚାଲିଗଲାଣି ୫ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ। ଏବେବି ୩୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏଭଳି ଭୟଙ୍କର ସମସ୍ୟା ଉପୁଜିଛି ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ମନୋହରପୁର ଗ୍ରାମରେ। ଭୂତଳ ଜଳ ଓ ବାୟୁ ପ୍ରଦୂଷଣ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି । ଯଥାଶୀଘ୍ର କୌଣସି ଠୋସ୍ ପଦକ୍ଷେପ ନେବାକୁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ।

ମାରାତ୍ମକ କିଡନୀ ରୋଗରେ ପେସି ହେଉଛନ୍ତି ଲୋକେ। ଚାଲିଛି ଜୀବନ ମରଣ ସହ ସଂଗ୍ରାମ। ଭୂତଳ ଜଳ ଓ ବାୟୁ ପ୍ରଦ୍ୟୁଷଣ ପାଲଟିଛି ମାରାତ୍ମକ ରୋଗର କାରଣ। ପୋକ ମାଛି ପରି ଚାଲିଯାଉଛି ଲୋକଙ୍କ ଜୀବନ। ଏଭଳି ଭୟଙ୍କର ସମସ୍ୟା ଉପୁଜିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ମନୋହରପୁର ଗ୍ରାମରେ। ଏହା କଳିଙ୍ଗନଗର ଶିଳ୍ପାଞ୍ଚଳ ଭିତରେ ଥିବା ଏକ ପ୍ରମୁଖ ଗାଁ। ଏଠାରେ ୬୦ ପରିବାରର ୫୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ହେଲେ ଗତ କିଛି ବର୍ଷ ହେବ ଏଠାରେ କିଡନୀ ଜନିତ ରୋଗ ବ୍ୟାପିବାରେ ଲାଗିଛି। ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଲୋକେ ପ୍ରାଣ ହରାଉଛନ୍ତି । ଗତ ୨ ମାସ ମଧ୍ୟରେ କିଡନି ଜନିତ ରୋଗରେ ଆକ୍ରାନ୍ତ ହୋଇ ୬ ଜଣଙ୍କ ଜୀବନ ଯାଇ ସାରିଲାଣି। ୩୦ ରୁ ଅଧିକ ଲୋକ ଏବେବି ରୋଗ ଶଯ୍ୟାରେ ପଡ଼ି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ଗାଁ ନିକଟରେ କଳ କାରଖାନା ରହିଥିବାରୁ ଭୂତଳ ଜଳ ଓ ବାୟୁ ପ୍ରଦୂଷଣ ଯୋଗୁଁ ଏଭଳି ପରିସ୍ଥିତି ଦେଖାଦେଇଥିବା ସନ୍ଦେହ କରାଯାଉଛି। ତେଣୁ ଯଥାଶୀଘ୍ର ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଲୋକଙ୍କ ପାଇଁ ସୁବନ୍ଦୋବସ୍ତ କରିବାକୁ ଦାବି ହୋଇଛି।

ଗ୍ରାମରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ଆତ୍ମହରା ହୋଇ ପଡିଛି ତ ଆଉ କିଏ ରୋଗାକ୍ରାନ୍ତ ଆତ୍ମୀୟଙ୍କ ଚିକିତ୍ସା କରିବା ଚିନ୍ତାରେ ଭାଙ୍ଗିପଡିଛି । ସେହିପରି ଏହି ମାରାତ୍ମକ ରୋଗର ଚିକିତ୍ସା କରାଇବାକୁ ଅର୍ଥ ବାଧକ ସାଜିଥିବାରୁ ଅନେକ ଏବେ ରୋଗ ଶଯ୍ୟାରେ ପଡ଼ି ମରଣକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଦିନକୁ ଦିନ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି। ଗୋଟିଏ ଗୋଟିଏ ପରିବାରରୁ ୨/୩ ଜଣ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଭୂତଳ ଜଳ ପ୍ରଦୂଷିତ ହୋଇ ନଳକୂପ ଓ ବୋରୱେଲ୍ ରୁ ଅଧିକ ଆଇରନ୍ ମାତ୍ରା ଥିବା ଦୂଷିତ ଜଳ ବାହାରୁଥିବା ଗ୍ରାମବାସୀ କହିଛନ୍ତି । ଯାହାକୁ ପିଇ ଲୋକେ ଏହି ମାରାତ୍ମକ ରୋଗର ଶିକାର ହେଉଥିବା ସନ୍ଦେହ କରାଯାଉଛି । ସେହିପରି କଳକାରଖାନା ପାଇଁ ବାୟୁ ମଧ୍ୟ ପ୍ରଦୂଷିତ ହୋଇଛି। ଏନେଇ ପୂର୍ବରୁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ବି ଫଳ ଶୂନ। ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ଗ୍ରାମବାସୀ। ସେପଟେ  ଏନେଇ ଅଭିଯୋଗ ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ତେବେ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ।

   Related Posts