ବାପାଙ୍କୁ ନୂଆ ଜୀବନ ଦେଲେ ଝିଅ, ଦାନ କରିଦେଲା ନିଜ କିଡ୍‌ନୀ

Published By : Prameya-News7 Bureau | September 23, 2021 IST

କଳାହାଣ୍ଡି ୨୩।୦୯: ବାପାଙ୍କୁ ନୂଆ ଜୀବନ ଦେଲେ ଝିଅ । ନିଜର ଅମୂଲ୍ୟ ଅଙ୍ଗ ଦାନ କରି ବାପାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି ଝିଅ । ବାପା-ଝିଅଙ୍କ ମଧ୍ୟରେ ରହିଥିବା ନିବିଡ଼ ସଂପର୍କରୁ ସବୁଦିନ ପାଇଁ ଅମର କରିଦେଇଛି । କଳାହାଣ୍ଡି ଜିଲ୍ଲା କୋକସରା ଲଡୁଗାଁ ଗାଁର ୨୨ ବର୍ଷର ଝିଅ ସଲୋନୀ ଗର୍ଗ  ନିଜ ବାପା ସୁନୀଲ ଗର୍ଗଙ୍କୁ କୀଡ୍‌ନୀ ଦାନ କରି ନୂଆ ଜୀବନ ଦେଇଛନ୍ତି ।

ଖବର ଅନୁଯାୟୀ, ସୁନୀଲ ଗତ କିଛି ବର୍ଷ ହେବ କିଡନୀ ଜନିତ ରୋଗ ରେ ପୀଡିତ ହୋଇ ଥିଲେ। କିଛି ମାସ ତଳେ ତାଙ୍କ ଉଭୟ କିଡନୀ ଖରାପ ହୋଇଥିବା ନେଇ ଡାକ୍ତର ରିପୋର୍ଟରୁ ଜଣାପଡିଥିଲା । ତାଙ୍କ ଜୀବନ ରକ୍ଷା ପାଇଁ କିଡନୀ ପ୍ରତ୍ୟାରୋପନ ପାଇଁ ଚିକିତ୍ସା କରୁଥିବା ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ କିଏ କିଡନି ଦାନ କରିବ ସେନେଇ ପରିବାର ଚିନ୍ତାରେ ରହିଥିବା ବେଳେ ସୁନିଲ ଙ୍କ ୨୨ ବର୍ଷୀୟ ଝିଅ ସଲୋନୀ ବାପାଙ୍କୁ ନିଜର କିଡନି ଦାନ କରିବାକୁ ଆଗକୁ ଆସିଥିଲେ। ହେଲେ ବାପା ଓ ପରିବାର ମନା କରିଥିଲେ କିନ୍ତୁ ବାପାଙ୍କୁ କୀଡନି ଦାନ କରିବାକୁ ଝିଅ ସୋନାଲି ଅଡ଼ି ବସିଲେ ।  ଝିଅ ର ଜିଦ ଆଗରେ ଶେଷରେ ପରିବାରକୁ ହଁ କରିବାକୁ ପଡିଥିଲା । ଏହାପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଗତ ୮ ତାରିଖ ଦିନ କିଡନୀ ପ୍ରତ୍ୟାରୋପନ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହୋଇଥିଲେ । ସୁନିଲ ଗର୍ଗ ଓ ମେଦାନ୍ତ ହସ୍ପିଟାଲର ଡାକ୍ତରୀ ଟିମ ସମସ୍ତ ପରୀକ୍ଷା କରିବା ପରେ ସଫଳତାର ସହ କିଡନୀ ପ୍ରତ୍ୟାରୋପନ କରିବାରେ ସଫଳ ହୋଇଛନ୍ତି ।

ତେବେ ଅସ୍ତ୍ରୋପଚାର ପରେ ସୁନିଲ ଓ ତାଙ୍କ ଝିଅ ସଲୋନୀ ସୁସ୍ଥ ଅଛନ୍ତି । ଝିଅକୁ ଜନ୍ମ ଦେଇ ଆଜି ବାପା ଓ ପରିବାର ଗର୍ବିତ ଅନୁଭଵ କରୁଛନ୍ତି। ନିଜ ଆଗାମୀ ଭବିଷ୍ୟତ କୁ ପର କରି ଝିଅ ସୋନାଲି ବାପାଙ୍କୁ ନିଜ ଅଙ୍ଗ ଦାନ କରି ନିଜର ଝିଅ ଜନ୍ମର ପୂଣ୍ୟତା ପାଇଥିବା ଓ ଝିଅର କର୍ତ୍ତବ୍ୟ କରିବା ସହ ଆତ୍ମତୁପ୍ତି ପାଇଥିବା କହିଛନ୍ତି । ଏହି ଖବର ଲଡୁଗାଁ ରେ ପ୍ରଚାରିତ ପରେ ସବୁ ମହଲରୁ ସୋନାଲିଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆତ୍ମୀୟ ପରିଜନ ଙ୍କ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ସୁନିଲ ଗର୍ଗ ଓ ଝିଅ ସୋନାଳି ଦିଲ୍ଲୀ ମେଦାନ୍ତ ହସ୍ପିଟାଲରେ ରହିଛନ୍ତି । ଉଭୟ ସମ୍ପୂର୍ଣ୍ଣ  ସୁସ୍ଥ ପରେ ଘରକୁ ଫେରିବେ ବୋଳି ପରିବାର ସୂତ୍ରରୁ ଶୁଣିବାକୁ ମିଳିଛି।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.