କିଡ୍‌ନୀ ଜନିତ ସମସ୍ୟା ହୋଇଥାଏ ବହୁତ କଷ୍ଟ ଦାୟକ: କିଡ୍‌ନୀରେ ଷ୍ଟୋନ୍ ହୋଇଥିଲେ ଘରୋଇ ଉପଚାରରେ ହୋଇ ପାରିବ ଭଲ, ପଢ଼ନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ଖବର

Published By : Prameya-News7 Bureau | November 02, 2019 IST

କିଡ୍‌ନୀ ଜନିତ ସମସ୍ୟା ବହୁତ କଷ୍ଟ ଦାୟକ ହୋଇଥାଏ। କିଡ୍‌ନୀରେ ପଥର ହେଲେ ଏହାକୁ ଅପରେସନ୍ କରି କଢ଼ା ଯାଏ। ଏହାକୁ କିଡ୍‌ନୀ ଷ୍ଟୋନ ବୋଲି କୁହାଯାଏ। ଘରୋଇ ଉପଚାର କରି କିଡ୍‌ନୀରୁ ପଥର ସମସ୍ୟାକୁ ଦୂର ହୋଇ ପାରିବ। ଆସନ୍ତୁ ଜାଣିବା  ଘରୋଇ ଉପଚାର କ’ଣ?

ଅଧିକ ପାଣି ପିଇବା ଦ୍ବାରା କିଡନୀ ଷ୍ଟୋନ ଦୂର ହୋଇଥାଏ। ଅଧିକ ପାଣି ପିଇଲେ ୟୁରିନ୍‌ ମାଧ୍ୟମରେ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାରିଥାଏ। ଜଣେ ସୁସ୍ଥ ମଣିଷ ଦିନକୁ ୭ ରୁ ୮ ଗ୍ଲାସ୍‌ ପାଣି ପିଇବା ଉଚିତ। ତେବେ କିଡ୍‌ନୀ ସମସ୍ୟା ଥିଲେ ପ୍ରତିଦିନ ଅଧିକ ପାଣି ପିଅନ୍ତୁ। ପାଣି ଷ୍ଟୋନ୍‌କୁ ବାହାର କରିବାରେ ସାହାଯ୍ୟ କରିଥାଏ।

ଲେମ୍ୱୁ ରସରେ ଅଳ୍ପ ଅଲିଭ୍‌ ଅଏଲ୍‌ ମିଶାଇ ପିଅନ୍ତୁ। ଏହା କିଡ୍‌ନୀ ଷ୍ଟୋନ୍‌ ପାଇଁ ବହୁତ ଉପକାରୀ ଘରୋଇ ଉପଚାର। ଲେମ୍ୱୁ ଓ ଅଲିଭ୍‌ ଅଏଲ୍‌ର ମିଶ୍ରଣ ଆପଣଙ୍କ କିଡ୍‌ନୀରେ ଥିବା ଷ୍ଟୋନ୍‌କୁ ଭାଙ୍ଗିବାରେ ସାହାଯ୍ୟ କରିଥାଏ।

ପ୍ରତିଦିନ ସେଓ ରସ ପିଅନ୍ତୁ। ଏଥିରେ ଥିବା ସାଇଟ୍ରିକ୍‌ ଏସିଡ୍‌ କିଡ୍‌ନୀ ଷ୍ଟୋନ୍‌କୁ ଛୋଟ ଛୋଟ ଖଣ୍ଡରେ ପରିଣତ କରିବାରେ ସାହାଯ୍ୟ କରିଥାଏ। ଏପରିକି ସେଓ ରସ ଷ୍ଟୋନ୍‌କୁ ସମ୍ପୂର୍ଣ୍ଣ ଭଲ ମଧ୍ୟ କରି ଦେଇଥାଏ। ସେଓ ରସ ପିଇବା ସମୟରେ ଧ୍ୟାନ ଦିଅନ୍ତୁ। ଦୁଇ ଚାମଚ ଗରମ ପାଣି ସହିତ ସେଓ ରସ ମିଶାଇ ପିଅନ୍ତୁ।

କର୍ଣ୍ଣ ହେୟାର୍‌ ବା ମକା ଭିତରେ ଥିବା କେଶ ଭଳି ଅଂଶ କିଡ୍‌ନୀ ଷ୍ଟୋନ୍‌ ପାଇଁ ଖୁବ୍‌ ଉପକାରୀ ଜିନିଷ। ଏହାର ବ୍ୟବହାର ଦ୍ୱାରା ଅଧିକ ପରିସ୍ରା ଲାଗିଥାଏ ଓ  ପରିସ୍ରା ଯୋଗେ ଷ୍ଟୋନ୍‌ ଛୋଟ ଛୋଟ ଖଣ୍ଡରେ ବାହାରି ଯାଇଥାଏ। କର୍ଣ୍ଣ ହେୟାର୍‌କୁ ପାଣିରେ ଫୁଟାଇ ପିଅନ୍ତୁ। ଏହି ସବୁ ଜିନିଷ ବ୍ୟବହାର କରିବା ପୂର୍ବରୁ ନେଫ୍ରୋଲୋଜି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.