ଭୁବନେଶ୍ବର ଏମ୍ସ ହସପିଟାଲରେ ଏଥର କିଡନୀ ରୋଗୀଙ୍କୁ ମିଳିବ ଡାଏଲିସସ ସୁବିଧା, ୧୫ରେ ହେବ ଉଦଘାଟନ…

Published By : Prameya-News7 Bureau | July 13, 2019 IST

ଭୁବନେଶ୍ବର୧୩|୭: କିଡନି ରୋଗୀ ଏବେ ପାଇପାରିବେ ଏମସ ରେ ଡାଇଲେସିସ ସୁବିଧା । ଆସନ୍ତା ୧୫ ତାରିଖ ରେ ଅନୁଷ୍ଠିତ ହେବ ଏମସର ସପ୍ତମ ଭିତିପ୍ରସ୍ତର ସ୍ଥାପନ ଦିବସ ସମାରୋହ ।ଏହି ଅବସରରେ  ଉଦଘାଟିତ ହେବ ଅତ୍ୟାଧୁନିକ ଡାଏଲିସିସ ୟୁନିଟ  ଓ  ୧୪ ଟି ମୋଡୁଲାର  ଓଟି ।

ଏଥିସହ ଏମଆରଆଇ ପାଇଁ  ଅତ୍ୟାଧୁନିକ  ଟେସଲା ମେସିନ ମଧ୍ୟ ଉଦଘାଟିତ ହେବ । ଏହି ମେସିନ ଲାଗିଲେ  ରୋଗୀ ଅତ୍ୟାଧୁନିକ ସେବା ସହ  ଅଧିକ ରୋଗୀ  ଏମଆରଆଇ ସେବା ପାଇ ପାରିବେ ।  ତେବେ ଏଠାରେ ସମସ୍ତ ସୁପରସ୍ପେସିଆଲିଟି  ସେବା ଆରମ୍ଭ ହୋଇଥିଲେ  ମଧ୍ୟ  ନେଫ୍ରୋଲୋଜି  ବିଭାଗ  ଖୋଲି ପାରିନଥିଲା । ହେଲେ ଏବେ ଏ ସବୁ ସମସ୍ୟାର ସମାଧାନ ହେବ ।  

ତେବେ ଯଦି ଓଟି କାମ ୧୫ ସୁଦ୍ଧା ସଂପୁର୍ଣ ହୁଏ  ତେବେ ଶୁଭାରମ୍ଭ ହେବ  ନହେଲେ ୨୧ ରେ ଏ ହା ଖୋଲିବ ବୋଲି ସୁଚନା ଦେଇଛନ୍ତି ଏମସ ଭୁବନେଶ୍ବରର ଡାଇରେକ୍ଟର । ତେବେ ଏହି ଉତ୍ସବ ଅବସରରେ ଦୁଇଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ।ମୁଖ୍ୟତଃ ବାଲେଶ୍ବର ଓ ମେଣ୍ଡାଶାଳ ଠାରେ ଏକ ମେଗା ହେଲଥ କ୍ୟାମ୍ପ ଓ ବୃକ୍ଷ ରୋପଣ କରାଯିବା କାର୍ଯ୍ୟକ୍ରମ ରହିଥିବା ସୁଚନା ଦେଇଛନ୍ତି ଭୁବନେଶ୍ବର ,ଏମସର ନିର୍ଦେଶକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.