ଦୀର୍ଘ ୫ବର୍ଷ ହେଲା କିଡନୀ ରୋଗରେ ପୀଡିତ ସୁନୀଲ ସାହୁ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Published By : Prameya-News7 Bureau | August 31, 2019 IST

ବ୍ରହ୍ମପୁର ୩୧|୮: ବାପାଙ୍କ ଦେହାନ୍ତ ପରେ ଛୋଟ ବୟସରୁ କାନ୍ଧରେ ପଡ଼ିଥିଲା ପରିବାରର ବୋଝ । ପର ପାଖରେ ମୂଲ ଲାଗି ଯାହା ପାଉଥିଲେ ସେଥିରେ ଯେନତେନ ପ୍ରକାରେ ସାନଭାଇ ଆଉ ମାଆଙ୍କୁ ମିଶାଇ ତିନି ପ୍ରାଣୀ କୁଟୁମ୍ବ ଚଳିଯାଉଥିଲେ । ହେଲେ ଦଇବର ଦୁଃଖ ଏତିକିରେ ସରିନଥିଲା । କିଡନୀ ରୋଗରେ ପୀଡ଼ିତ ବ୍ରହ୍ମପୁରର ସୁନୀଲ ସାହୁ ଗଲା ୫ବର୍ଷ ଧରି ଶଯ୍ୟାଶାୟୀ । ଚକିତ୍ସା କରିବାକୁ ଅଣ୍ଟିରେ ଆଉ ବଳ ନାହିଁ । ଏବେ ଅପେକ୍ଷା କେବଳ ଅନ୍ୟର ସହାୟତାକୁ ।

{"id":151442}

ହାତଯୋଡ଼ି ଚିକିତ୍ସା ପାଇଁ ସହାୟତା ଭିକ୍ଷା କରୁଥିବା ସୁନୀଲଙ୍କ ବୟସ ତୁଳନାରେ ଦଇବ ଦେଇଥିବା ଦୁଃଖ ଢ଼େର ଅଧିକ । ବାପାଙ୍କ ଦେହାନ୍ତ ପରେ ଛୋଟ ବୟସରୁ କାନ୍ଧରେ ପଡ଼ିଥିଲା ପରିବାରର ବୋଝ । ପର ପାଖରେ ମୂଲ ଲାଗି ବିଧବା ମାଆ ଆଉ ସାନ ଭାଇ ସହ ୩ପ୍ରାଣୀ କୁଟୁମ୍ବ ଯେନତେନ ପ୍ରକାରେ ଚଳିଯାଉଥିଲେ । ହେଲେ ଭାଗ୍ୟର ବିଡ଼ମ୍ବନା । ୫ବର୍ଷ ହେଲାଣି କିଡନୀ ରୋଗରେ ଆକ୍ରାନ୍ତ ହୋଇ ସୁନୀଲ ଏବେ ଶଯ୍ୟାଶାୟୀ । ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଗୋଡ଼ର ଖଞ୍ଜା ବି ଖସିଯାଇଛି । ହେଲେ ଚକିତ୍ସା ପାଇଁ ଅଣ୍ଟିରେ ବଳ ନାହିଁ । ମଗାଯଚା କରି ଯେତିକି ମିଳିଲା ରୋଗର ଅଧା ଚିକିତ୍ସା ପାଇଁ ବି ନିଅଣ୍ଟ ପଡ଼ିଲା । ଏବେ କେବଳ ଭଗବାନ ହିଁ ଭରସା । ସମ୍ପର୍କୀୟଙ୍କ ଦୟାରେ ଛୋଟ ଘର ଖଣ୍ଡେରେ ଭାଗ୍ୟକୁ ଆଦରି ପଡ଼ି ରହିବା ଛଡ଼ା ଆଉ କିଛି ଉପାୟ ବି ନାହିଁ ।

{"id":151443}

ଅସମୟରେ ସଂସାର ଜଞ୍ଜାଳକୁ ସୂର୍ଯ୍ୟମଣିଙ୍କ ଉପରେ ଲଦି ଦେଇ ଆରପାରିକୁ ଚାଲିଗଲେ ସ୍ବାମୀ । ଏମିତିରେ ପରଘରେ ପାଇଟି କରି ଦୁଇ ପିଲାଙ୍କ ପେଟକୁ ଦାନା ଗଣ୍ଡେ ଯୋଗାଡ଼ କରିବା ମୁସ୍‌କିଲ ହୋଇପଡ଼ିଥିଲା । ହେଲେ ଏବେ ପୁଅ ରୋଗଶଯ୍ୟାରେ ପଡ଼ିବା ଦିନଠୁ ସେତକ ବି ସମ୍ଭବ ହେଉନି ।

{"id":151444}

ସମାଜର ଚାକଚକ୍ୟ ଭିତରେ ବଡ଼ ବଡ଼ ଡାକ୍ତରଖାନା, ବଡ଼ ଡାକ୍ତର, ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା, ଜଣେ ଗରିବ ଖଟିଖିଆ ଦୁରାରୋଗ୍ୟରେ ପୀଡ଼ିତ ଅସହାୟ ପାଇଁ ଏସବୁ ଅର୍ଥ କିଛି ଥିଲା ଭଳି ମନେ ହେଉନି । କାରଣ ଅଣ୍ଟିରେ ଯଦି ଧନ ନାଇଁ ତାହେଲେ ପୁଅର ଜୀବନ ପାଇଁ ମନ କରିବାର କିଛି ମାନେ ନାହିଁ । ଏଭଳି ପରିସ୍ଥିତିରେ ସୁନୀଲକୁ ଦରକାର କେବଳ ଆପଣଙ୍କ ସାହାଯ୍ୟ । କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସଂଗଠନ ଯଦି ସୁନୀଲଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାନ୍ତେ ତାହେଲେ ହୁଏତ ଏହି ଦୁଃଖି ପରିବାର ଦୁଃଖ ଲାଘବ ହୋଇପାରନ୍ତା । ଆଉ ପୂର୍ବ ଭଳି ସୁନୀଲ ପୁଣି କାମଧନ୍ଦା କରି ପରବାରର ଭରଣପୋଷଣ କରିପାରନ୍ତେ ।

{"id":151445}

ସୁନୀଲ୍ ସାହୁଙ୍କ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ବ୍ରହ୍ମପୁର ଆକାଉଣ୍ଟ ନମ୍ବର ୧୩୫୩୬୮୩୮୦୮ - ୪ ଜରିଆରେ ସାହାଯ୍ୟ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.