ଅକାଳରେ ଝଡ଼ୁଛି ଜୀବନ : ସିଙ୍ଘଭାଡି ଗାଁରେ କିଡନୀ ରୋଗର କାୟା ବିସ୍ତାର

Published By : Prameya-News7 Bureau | November 24, 2019 IST

ବଲାଙ୍ଗୀର ୨୪/୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅନେକ ଗାଁରେ ଦେଖିବାକୁ ମିଳୁଛି କିଡନୀ ରୋଗର ପ୍ରାର୍ଦୁଭାବ । ଏଭଳି ଏକ ଗାଁ ହେଉଛି ସିଙ୍ଘଭାଡି ଗାଁ । ଏହି ଗାଁରେ ୧୫ ରୁ ଉର୍ଦ୍ଧ୍ବ କିଡନୀ ରୋଗରେ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ୧୫ ରୁ ଉର୍ଦ୍ଧ୍ବ ରୋଗୀ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ବାଟକୁ ଚାହିଁ ବସିଛନ୍ତି ।

{"id":189001,"sizeSlug":"large"}

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଞ୍ଚାୟତର ସିଙ୍ଘଭାଡି ଗାଁରେ ଗତ କିଛି ବର୍ଷ ହେଲା କିଡନୀ ରୋଗ ମହାମାରୀ ରୂପରେ ବ୍ୟାପିବାକୁ ଲାଗିଛି।  ଗତ ୨ ବର୍ଷ ମଧ୍ୟରେ ଗାଁର ୧୫ ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବା ବେଳେ ଵର୍ତମାନ ଗାଁ ରେ ୧୫ରୁ ଉର୍ଦ୍ଧ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ରୋଗୀଙ୍କ ଅବସ୍ଥା ଖରାପ ରହିଛି । ନିରିହ ଗରିବ ସୀମା ରେଖାରେ ବସବାସ କରୁଥିବା ଏହି ରୋଗୀ ମାନଙ୍କ ପାଇଁ ଏହି ବ୍ୟୟବହୁଳ ରୋଗର ଉନ୍ନତ ଚିକିତ୍ସା କରିନପାରି ଅନେକ ରୋଗୀ ମୃତ୍ୟୁକୁ ଚାହିଁ ବସିଛନ୍ତି । ବର୍ତ୍ତମାନ ରୋଗୀଙ୍କ ସହ ଭରଷା ସାଜିଛି ଚେରମୂଳି ଔଷଧ । ଲୋକେ ଏହି ରୋଗର କାରଣ ଜାଣିପାରୁନଥିବା ବେଳେ ଗାଁର ନଳକୂପ ପାଣି ଯୋଗୁ ଏହି ରୋଗ ବ୍ୟାପୁଥୁବା ସନ୍ଦେହ କରୁଛନ୍ତି ଗାଁ ବାସୀ ।

{"id":189002,"sizeSlug":"large"}

ସିଙ୍ଘଭାଡି ଗାଁରେ ବ୍ୟାପୁଥିବା ଏହି କିଡନୀ ସମସ୍ୟାର କାରଣ ଖୋଜିବା ଦିଗରେ ପଦକ୍ଷେପ ନେବାକୁ ଅନେକ ଥର ଲୋକେ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି । ତେବେ ବିଭାଗ ପକ୍ଷରୁ ଏହାକୁ ନେଇ କୌଣସି ପଦକ୍ଷେପ ନେଇ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଗାଁରେ ଏତେ ମାତ୍ରାରେ ରୋଗୀ ମୃତ୍ୟୁବରଣ କରିବା ଓ ଏହି ରୋଗରେ ପଡିବାର କାରଣ ଜଣା ପଡିନଥିବାବେଳେ ଲୋକେ ପାନୀୟ ଜଳ ପାଇଁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରୁଛନ୍ତି । କିଛି ଦିନ ଭିତରେ ଗାଁକୁ ଏକ ଡାକ୍ତର ଦଳ ପଠାଇ ସ୍ବାସ୍ଥ୍ୟପରୀକ୍ଷା କରିବା ପାଇଁ ବନ୍ଦୋବସ୍ତ କରାଯିବ ଏବଂ ଗାଁର ପାଣି ପରୀକ୍ଷା କରିବା ସହ ଏକ ବିଶେଷଜ୍ଞ ଦଳ ପଠାଯିବ ବୋଲି କହିଛନ୍ତି ।

{"id":189003,"sizeSlug":"large"}

ବଲାଙ୍ଗୀର ଜିଲ୍ଲାର ଅନେକ ଗାଁରେ ଏବେ ଦିନକୁ ଦିନ କିଡନୀ ରୋଗ ବ୍ୟାପୁଥିବା ଦେଖିବାକୁ ମିଳୁଛି । ସ୍ବାସ୍ଥ୍ୟ ବିଭାଗ ଏହାକୁ ଗୁରୁତ୍ବ ଦେଇ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ସହିତ ଏହି ରୋଗର କାରଣ ଓ ନିରାକରଣ ଦିଗରେ ପଦକ୍ଷେପ ନେବାକୁ ଜରୁରୀ ହୋଇ ପଡିଛି । ନଚେତ ଆଗାମୀ ଦିନରେ ଅକାଳରେ ଜୀବନ ଯିବ ଏଥିରେ କୌଣସି ସନ୍ଦେହ ନାହିଁ ।                       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.