କିଡନୀ ରୋଗ ଖେଳାଇଛି ଆତଙ୍କ : ୧୫ରୁ ଅଧିକ ମୃତ, ୧୫ରୁ ଅଧିକ ଆକ୍ରାନ୍ତ

Published By : Prameya-News7 Bureau | December 06, 2019 IST

କଣ୍ଟାବାଞ୍ଜି ୬।୧: ବଲାଙ୍ଗୀର ଜିଲ୍ଲା ବଙ୍ଗେ।ମୁଣ୍ଡା ବ୍ଲକ ସିଂଘଭାଡି ଗାଁରେ କିଡନୀ ରେ।ଗ ଆତଙ୍କ ଖେଳାଇଛି । ଗାଁରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହେ।ଇଥିବା ବେଳେ ୧୫ରୁ ଅଧିକ ଲେ।କ ଆକ୍ରାନ୍ତ ହୋଇଛନ୍ତି । ଯାହାକୁ ନେଇ ଗାଁରେ ସୃଷ୍ଟି ହେ।ଇଛି କେ।କୁଆ ଭୟ ।

{"id":194601,"sizeSlug":"large"}

କିଡନୀ ରେ।ଗ କବଳରେବଲାଙ୍ଗୀର ଜିଲ୍ଲା ବଙ୍ଗେ।ମୁଣ୍ଡା ବ୍ଲକ ସିଂଘଭାଡି ଗାଁ । ୨ ବର୍ଷ ଭିତରେ ଗାଁରେ କିଡନୀରେ ଗଡିଲାଣି ୧୫ଟି ମୁଣ୍ଡ । ଆହୁରି ୧୫ଜଣ ଏଥିରେ ଜୁଝି ହେଉଛନ୍ତି । ହାତ ଗେ।ଡ ଫୁଲିବା ସହ ପ୍ରବଳ ଯନ୍ତ୍ରଣା ହେଉଛି । କିଛି ରେ।ଗୀଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । କିନ୍ତୁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲେ।କ ବ୍ୟୟବହୁଳ ଖର୍ଚ୍ଚ କରି ଚିକିତ୍ସା କରାଇ ପାରୁନାହାନ୍ତି । ବାଧ୍ୟ ହେ।ଇ ଚେରମୂଳିକୁ ଭରସା କରୁଛନ୍ତି । ତେବେ ଗାଁରେ ଥିବା ନଳକୂଅ ପାଣି ଯେ।ଗୁଁ ରେ।ଗ ବ୍ୟାପୁଥିବା ଅନୁମାନ କରାଯାଉଛି ।

{"id":194602,"sizeSlug":"large"}

୨ବର୍ଷ ଭିତରେ ଗାଁର ଏହି ସମସ୍ୟାକୁ ନେଇ ଅନେକ ଥର ସ୍ବାସ୍ଥ୍ୟ ବିଭାଗକୁ ଜଣାଇଛନ୍ତି ଗାଁ ଲେ।କ । କିନ୍ତୁ ଫଳ ଶୂନ୍ । ଏପଟେ ଆମଠୁ ଖବର ପାଇବା ପରେ ତତ୍ପରତା ଦେଖାଇଛନ୍ତି ଗେ।ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ । ଦିନେ ଦୁଇଦିନ ଭିତରେ ଗାଁକୁ ଡାକ୍ତରୀ ଦଳ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବନ୍ଦେ।ବସ୍ତ କରାଯିବ । ଗାଁର ପାଣି ପରୀକ୍ଷା ପାଇଁ ଏକ ବିଶେଷଜ୍ଞ ଦଳ ପଠାଯିବ ବେ।ଲି କହିଛନ୍ତି ।

{"id":194603,"sizeSlug":"large"}

ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରୁଛି କିଡନୀ ରେ।ଗ । ତେଣୁ ତୁରନ୍ତ ରେ।ଗର କାରଣ ଖେ।ଜି ନିରାକରଣ କରିବା ଜରୁରୀ ହେ।ଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.