ପଡିଶା ଘର ନାତୁଣୀ ସହ ଜେଜେ ଫେରାର, ଭଉଣୀର ଉଦ୍ଧାର ପାଇଁ ହାଇକୋର୍ଟରେ ଭାଇର ଗୁହାରୀ

Published By : Prameya-News7 Bureau | July 11, 2020 IST

ଅହମ୍ମଦାବାଦ ୧୧।୦୭:  ଗୁଜୁରାଟ ହାଇକୋର୍ଟରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଗୋଟିଏ ପରିବାର ପକ୍ଷରୁ ତାଙ୍କର ୧୯ବର୍ଷୀୟ ଝିଅକୁ ପଡୋଶୀର ଜଣେ ବ୍ୟକ୍ତି ଅପହରଣ କରି ନେଇଥିବା ମାମଲା ଦାୟର କରାଯାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ପଡୋଶୀ ଜଣଙ୍କ ତାଙ୍କର ୧୯ବର୍ଷୀୟ ଝିଅକୁ ନେଇ କୁଆଡେ ପଳାଇଛନ୍ତି। ସବୁଠୁ ବଡ ତାଜୁବର କଥା ଅଭିଯୁକ୍ତ ପଡୋଶୀ ପୂର୍ବରୁ ବିବାହିତ ଏବଂ ତାଙ୍କର ନାତିନାତୁଣୀ ମଧ୍ୟ ରହିଛନ୍ତି ।ପଡିଶା ଘର ନାତୁଣୀ ସହ ଜେଜେ ଫେରାର ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।    

ସୂଚନାଯୋଗ୍ୟ ଯେ, ପାଟନା ଜିଲ୍ଲା ସିଦ୍ଧପୁର ତାଲୁକାର ଏକ ଗାଁରେ ଗୋଟିଏ ପରିବାର ଗତ ମାସରେ ଝିଅଙ୍କୁ ଅପହରଣ କରାଯାଇଥିବା ନେଇ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲା ସଂପ୍ରତି ହାଇକୋର୍ଟରେ ପହଞ୍ଚିଛି। ଝିଅଙ୍କ ପରିବାର ଲୋକ ପଡୋଶୀ ବ୍ୟକ୍ତି ଶିବନାଜ ଠାକୋରଙ୍କ ବିରୋଧରେ ସ୍ଥାନୀୟ ପୋଲିସ ଥାନାରେ ମାମଲା ରୁଜୁ କରିବା ଚେଷ୍ଟା କରିଥିଲେ , କିନ୍ତୁ କିଛି ଲାଭ ମିଳିନଥିଲା।  ଝିଅର ଭାଇ ମାମଲା ଦାୟର କରି ଦର୍ଶାଇଛନ୍ତି ଯେ, ପୋଲିସ ଏହି ମାମଲା ବହୁତ ଦାୟିତ୍ୱହୀନତା ଦେଖାଇଛି । ପଡ଼ୋଶୀର ଜଣେ ବ୍ୟକ୍ତି ତାଙ୍କ ଝିଅକୁ ଅପହରଣ କରିଥିବାର ପରିବାର  ଆଶଙ୍କା କରୁଛନ୍ତି । ଜୋରଜବରଦସ୍ତ ତାକୁ ଅପରହରଣ କରାଯାଇଛି । ତେବେ ୨୨ଜୁନ୍‌ରେ ଶୁଣାଣି ସମୟରେ , ଅଭିଯୋଗକାରୀ ଓକିଲ କିଶୋର ପ୍ରଜାପତି କୋର୍ଟରେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ଅପହରଣ କରିଥିବା ଠାକରେଙ୍କ ସବୁଠୁ ବଡ ଝିଅ ବିବାହ କରିସାରିଛନ୍ତି, ଏବଂ ତାଙ୍କର ପିଲାଛୁଆ ଅଛନ୍ତି ।

ଓକଲିରେ ହାଇକୋର୍ଟରେ କହିଥିଲେ ଯେ, ଜୁନ୍‌ ୨ରେ କିଶୋରୀ ଜଣଙ୍କ ନିଖୋଜ ହୋଇଥିଲେ । ଏହାପରେ ପରିବାର ପକ୍ଷରୁ ବହୁ ଖୋଜା ଖୋଜି ହୋଇଥିଲା , କିନ୍ତୁ କୌଣସି ପତ୍ତା ମିଳିନଥିଲା । ପଡୋଶୀର ଠାକେରେ ନାମକ ଜଣେ ବ୍ୟକ୍ତି ତାଙ୍କ ଝିଅକୁ ଅପହରଣ  କରିଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ୍‌ର ବେପରୁଆ ମନୋଭାବ କାରଣରୁ କେସ୍‌ ରୁଜୁ ହେବାକୁ ତିନି ଦିନ ସମୟ ଲାଗି ଯାଇଥିଲା । ସେପଟେ ପୋଲିସ ଠାକରେଙ୍କ ବିରୋଧରେ ଅଭିଯୋଗ ଗ୍ରହଣ କଲେନାହିଁ । କାରଣ ଝିଅ ଜଣଙ୍କ ସାବାଳକ ଥିଲା।

ସବୁଠି ନିରାଶ ହେବା ପରେ ଶେଷରେ ଝିଅର ଭାଇ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।। ପରିବାର ଲୋକ କୋର୍ଟରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅକୁ ଅପହରଣ କରାଯାଇଛି, ହୋଇପାରେ ତାର ଏବେ ଯୌନ ଶୋଷଣ କରାଯାଉଥିବ। ଅଭିଯୋଗକାରୀଙ୍କ ଆବେଦନକୁ ଦୃଷ୍ଟିରେ ରଖି କୋର୍ଟ ଜୁନ୍ ୨୯‌ରେ ଭିଡିଓ କନ୍‌ଫରେନ୍ସି ଜରିଆରେ ଝିଅକୁ ହାଜର କରାଇବାକୁ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୋଲିସ୍‌ ଝିଅର ସନ୍ଧାନ ପାଇଁ ସମୟ ଦରକାର ବୋଲି କୋର୍ଟରେ କହିଥିଲେ। ଏହା ପରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଜୁଲାଇ ୧୩ ନିର୍ଦ୍ଧାରିତ କରିଛନ୍ତି। ଏଥିସହ ଜୁଲାଇ ୧୩ ଶୁଣାଣି ସମୟରେ ଝିଅକୁ ଧରି ଅଦାଲତରେ ହାଜର ହେବାକୁ ପୋଲିସ୍‌ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପାଟନା ଏସପିକୁ ଜୁଲାଇ ୧୩ ସୁଦ୍ଧା କୋର୍ଟରେ ଉପସ୍ଥିତ ହେବାକୁ କୁହାଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.