୧୮ ମାସ ଶିଶୁକୁ ଘରୁ ଉଠାଇ ନେଲେ ଅପହରଣକାରୀ...

Published By : Prameya-News7 Bureau | April 08, 2020 IST

ଭୱାଣ୍ଡି୦୮/୦୪: ମହାରାଷ୍ଟ୍ର ଭୱାଣ୍ଡିରେ ଜଣେ ୧୮ ମାସ ଶିଶୁ ଅପହରଣ ହୋଇଥିବା ଜଣାପଡିଛି| ଭୱାଣ୍ଡି ପୁର୍ଣ ଅଞ୍ଚଳରୁ ଶିଶୁ ଅପହରଣ ହୋଇଥିବା ମହାରାଷ୍ଟ୍ର ପୋଲିସ ସୂଚନା ଦେଇଛି| ମଙ୍ଗଳବାର ଦିନ ଅପରାହ୍ନରେ ଅପହରଣ ହୋଇଥିବା ଜଣାପଡିଛି| ଅପରାହ୍ନରେ ଶିଶୁର ବାପା ଏବଂ ୩ ବର୍ଷୀୟ ଭାଇ ଘରୁ ବାହାରକୁ ଯାଇଥିଲେ|ସେତେବେଳେ ଶିଶୁ ଘର ଭିତରେ ଶୋଇଥିଲେ|

ବ୍ୟକ୍ତି ଜଣକ ଘର ଭିତରକୁ ଆସି ଦେଖିଲେ ଶିଶୁ ଘରେ ନାହିଁ| ସେ ନିଖୋଜ ଅଛି|ତାଙ୍କ ପତ୍ନୀ ଶାହାପୁରରେ ତାଙ୍କ ପିତାମାତାଙ୍କ ଘରେ ରହୁଛନ୍ତି|ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହେବାରୁ ସେ ନିଜ ବାପା ମାଆଙ୍କ ପାଖକୁ ଚାଲି ଯାଇଥିଲେ|

ଗତ ସପ୍ତାହରେ ମହିଳା ଜଣକ ଦୁଇ ଶିଶୁଙ୍କୁ ସ୍ୱାମୀଙ୍କ ପାଖରେ ଛାଡି ଦେଇ ନିଜ ବାପା ଘରକୁ ଯାଇଥିଲେ | କିନ୍ତୁ ଲକଡାଉନ ପାଇଁ ସେ ଫେରି ପାରିନାହାନ୍ତି | ନାନପୋଲି ପୋଲିସ ଷ୍ଟେସନରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୬୩ (ଅପହରଣ) ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା ବୋଲି ଥାନେ ପୋଲିସ PRO ସୁଖଦା ନାରକର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.