ଚାରି ବର୍ଷର ଶିଶୁକୁ ଅପହରଣ କରିଥିବା ଯୁବକ ଗିରଫ

Published By : Prameya-News7 Bureau | June 13, 2021 IST

ଚଣ୍ଡିଖୋଲ, ୧୩/୦୬: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଖୋସାଲିପୁର ନିକଟ ଆଦିବାସୀ ବସ୍ତିରୁ ଡିସେମ୍ବର ମାସରୁ ଏକ ଚାରି ବର୍ଷ ଶିଶୁ ପୁତ୍ର ଚିଣ୍ଟୁ ନିଖୋଜ ହୋଇଯାଇଥିଲା l ଏ ନେଇ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ବହୁ ଖୋଜା ଖୋଜି ପରେ ଫେବୃଆରୀ ମାସରେ ତାଳଚେର ନିକଟରୁ ପୋଲିସ ଶିଶୁକୁ ଉଦ୍ଧାର କରିଥିଲା l

ଶିଶୁ ପୁତ୍ରକୁ ଅପହରଣ କରି ନେଇ ଯାଇଥିବା ଘଟଣାରେ ଆଜି ବଡ଼ଚଣା ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଯୁବକ ଆକାଶ ଭଦ୍ରା, ବାଲିଚନ୍ଦ୍ରପୁର ଅଂଚଳରୁ ପୋଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଛି l ଏହି ଘଟଣାରେ ଅଧିକ ତଦନ୍ତ ଚାଲୁ ରହିଥିବା ବଡ଼ଚଣା ଥାନା ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.