ଅପହରଣ ଉଦ୍ୟମ ପଣ୍ଡ : ଦୁର୍ଘଟଣାରେ ଅପହରଣକାରୀ ଓ ଅପହୃତ ଆହତ, କାର୍‌ରୁ ମିଳିଲା ବନ୍ଧୁକ

Published By : Prameya-News7 Bureau | June 08, 2019 IST

ଭୁବନେଶ୍ବର ୮|୬: ଅପହରଣ ବେଳେ କାର୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଅପହରଣକାରୀ ଓ ଅପହରଣ ଶିକାର ହୋଇଥିବା ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ରାସ୍ତା ମଝିରେ ଛାଡି ପଳାଇଲେ ଅପହରଣକାରୀ । ଅପହରଣକାରୀଙ୍କ କାରରୁ ମିଳିଲା ୨ଟି ବନ୍ଧୁକ । ଅପହରଣ ଶିକାର ହୋଇଥିବା ବ୍ୟକ୍ତି ନୟାପଲ୍ଲୀ ଆଇଆରସି ଭିଲେଜର ଶିବ ସୁନ୍ଦର ଦାସ ।

{"id":120835}

ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଅପହରଣ କରାଯାଇଥିଲା । ଅପହରଣର କାରଣ ଅସ୍ପଷ୍ଟ ରହିଛି । ବାଣୀବିହାର ଓଭର ବ୍ରିଜ୍ ଉପରେ ଘଟିଛି ଦୁର୍ଘଟଣା । ଆରଟିଓ ଚେକିଂ ବେଳେ ହଡବଡେଇ ଅପହରଣକାରୀ ଗାଡି ଦୁର୍ଘଟଣା କରି ପକାଇଲେ । ପୋଲିସର ତଦନ୍ତ ଆରମ୍ଭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.