ଅପହରଣ ପରେ ହତ୍ୟା ଉଦ୍ୟମ ; କ୍ଷତବିକ୍ଷତ ଅବସ୍ଥାରେ ଯୁବକ ଉଦ୍ଧାର

Published By : Prameya-News7 Bureau | July 25, 2018 IST

ଯୁବକଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ | ତେବେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଛନ୍ତି ଯୁବକ | ଯୁବକ ଜଣକ ଭୁବନେଶ୍ୱର ବାସିନ୍ଦା | ତେବେ କ୍ଷତବିକ୍ଷତ ଅବସ୍ଥାରେ ଯୁବକଙ୍କୁ ପିପିଲି ସିଉଳା ଛକ ନିକଟରୁ ଉଦ୍ଧାର କରାଯାଇଛି | ଆହତ ଯୁବକ ଜଣକ ହେଲେ ଭୁବନେଶ୍ୱର ୟୁନିଟ-୮ ଅଂଚଳର ନୃସିଂହ ସ୍ୱାଇଁ | ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ପୋଲିସ ସୂଚନାନୁଯାୟୀ, ମଙ୍ଗଳବାର ଦିନ ପାତ୍ରପଡାର ଏକ ହୋଟେଲରେ ଖାଇବା ବେଳେ ନୃସିଂହଙ୍କ ସହ ଅନ୍ୟ କିଛି ଯୁବକଙ୍କର କୌଣସି କାରଣରୁ ଝଗଡା ହୋଇଥିଲା | ସେହି ଯୁବକମାନେ ନୃସିଂହଙ୍କୁ ବଳପୂର୍ବକ ଏକ କାରରେ ଉଠାଇ ନେଇଥିଲେ | ତେବେ ଆଜି ସକାଳୁ ତାଙ୍କୁ ପିପିଲି ସିଉଳା ଛକ ଦେନା ବ୍ୟାଙ୍କ ପଛପଟୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି | ନୃସିଂହଙ୍କ ଜଣେ ସାଙ୍ଗ ଏନେଇ ଟମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି | ଟମାଣ୍ଡୋ ପୋଲିସ ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.