Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ସିକ୍ୟୁରିଟି ସୁପରଭାଇଜରଙ୍କୁ ଘରୁ ଉଠାଇନେଲେ, ବରମୁଣ୍ଡା ଓଭରବ୍ରିଜ୍ ଉପରେ ଫିଙ୍ଗିଦେଇ ଚାଲିଗଲେ

7/06/2020 at 12:36 PM

ଭୁବନେଶ୍ବର ୭।୬: ରାଜଧାନୀ ଭୁବନେଶ୍ବରରେ ଅପହୃତ ହୋଇଥିବା ସିକ୍ୟୁରିଟି ସୁପରଭାଇଜର ଆଜି ସକାଳେ ଉଦ୍ଧାର ହୋଇଛନ୍ତି । ଗତକାଲି ରାତିରେ କୈବଲ୍ୟ ପଟ୍ଟନାୟକଙ୍କୁ କିଛି ଦୁର୍ବୃତ୍ତ ଏୟାରଫିଲ୍ଡ ହାଇଟେକ୍ ପ୍ଲାଜା ସ୍ଥିତ ତାଙ୍କ ଘରୁ ଉଠାଇ ନେଇଥିଲେ । ହାଇଟେକ୍ ପ୍ଲାଜାରେ ସେ ସିକ୍ୟୁରିଟି ସୁପରଭାଇଜର ଭାବରେ କାମ କରନ୍ତି । ଆଜି ସକାଳୁ ବରମୁଣ୍ଡା ଓଭରବ୍ରିଜ ଉପରୁ ତାଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ ।

ସଟ୍ ଡାଉନ୍ ସମୟରେ ମଦୁଆ ଘର ମାଲିକକୁ ଆପାର୍ଟମେଣ୍ଟରେ ପ୍ରବେଶ କରିବାକୁ ମନା କରିବାରୁ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ ଅଭିଯୋଗ ହୋଇଥିଲା । ରାଜଧାନୀ ଭୁବନେଶ୍ବରରେ ଜଣେ ସିକ୍ୟୁରିଟି ସୁପରଭାଇଜରଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଥିଲେ କିଛି ଦୁର୍ବୃତ୍ତ । ଅପହରଣର ପ୍ରାୟ ୫ ଘଣ୍ଟା ପରେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣକାରୀ ଛାଡି ଦେଇଛନ୍ତି ।

ଶନିବାର ରାତିରେ ଦୁର୍ବୃତ୍ତମାନେ ଘରେ ପଶି ଖଣ୍ଡା ଦେଖାଇ କୈବଲ୍ୟଙ୍କୁ ଅପହରଣ କରି ନେଇଥିଲେ । ଏହାପରେ ଆଖିରେ ଲଙ୍କାଗୁଣ୍ଡ ପକାଇ ବରମୁଣ୍ଡା ଓଭରବ୍ରିଜ ଉପରେ ପିଙ୍ଗି ଦେଇ ଚାଲି ଯାଇଥିଲେ । ସକାଳୁ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । କୈବଲ୍ୟ ପଟ୍ଟନାୟକଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସିସିଟିଭି ଫୁଟେଜ୍ ଉଦ୍ଧାର କରି ଏୟାରଫିଲ୍ଡ ପୋଲିସ ଅପହରଣକାରୀଙ୍କୁ ଚିହ୍ନଟ କରିଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

   Related Posts