Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଉଦ୍ଧାର ହେଲେ ଅପହୃତ ନାବାଳିକା, ପ୍ରଲୋଭନ ଦେଖାଇ ପ୍ରେମ ପରେ ଅପହରଣ କରିନେଇଥିଲେ ଟିଉସନ ଶିକ୍ଷକ

9/10/2021 at 9:46 AM

ଦାରିଙ୍ଗବାଡି,୦୯/୧୦: ଦାରିଙ୍ଗବାଡି ପୋଲିସ ଅପହୃତ ନାବାଳିକାକୁ ଉଦ୍ଧାର କରିବାରେ ସଫଳ ହୋଇଛି । ଗତ ୧୮ ତାରିଖ ଦିନ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁର ସରିଫ ଦିଗାଲ ନାମକ ଜଣେ ଟିଉସନ ଶିକ୍ଷକ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲରେ ଫସାଇ ଅପହରଣ କରିନେଇଥିବା ନେଇ ଦାରିଙ୍ଗବାଡି ଥାନାରେରେ ଅଭିଯୋଗ ହୋଇଥିଲା ।

ଏନେଇ ଦାରିଙ୍ଗବାଡି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଦାରିଙ୍ଗବାଡି ଥାନା ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ବିଭିନ୍ନ ଅଞ୍ଚଳ ରେ ଖୋଜାଖୋଜି କରୁଥିଲା । ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ ରେ ଏସ ଆଇ ସୌମ୍ୟରଞ୍ଜନ ପଣ୍ଡା ରୀତିମତ ମୋବାଇଲ ଟ୍ରାକିଙ୍ଗ କରୁଥିଲେ । ଅଭିଯୁକ୍ତ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ମୋବାଇଲ ଫୋନ ବ୍ୟବହାର କରୁନଥିବାରୁ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଥିଲା ।

ତଥାପି ପୋଲିସ ନାବାଳିକାଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବାପାଇଁ ବିଭିନ୍ନ ଦିଗଉପରେ ତଦନ୍ତ କରିଥିଲା । ନାବାଳିକା ଅପହରଣରେ ସହଯୋଗ କରିଥିବା ଦୁଇଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ପୋଲିସ କୋରାପୁଟ ଜ଼ିଲ୍ଲା ଦlମନଯୋଡି ଅଞ୍ଚଳରେ ଅଭିଯୁକ୍ତ ଟିଉସନ ଶିକ୍ଷକ ସରାଫ ଦିଗାଲ ନିଜ ସମ୍ପର୍କୀୟଙ୍କ ସହାୟତାରେ ଏକ ଭଡା ଘରେ ରଖିଥିବା ନେଇ ପୋଲିସ ଖବର ପାଇ ଚଢାଉ କରିଥିଲା ।

ଗୁରୁବାର ମଧ୍ୟ ରାତ୍ରୀରେ ନାବାଳିକାଙ୍କୁ ଉଦ୍ଧାର କରି ସିଡବ୍ଲୁସିକୁ ପଠାଇଛି । ଅଭିଯୁକ୍ତ ରସିକିଆ ଟିଉସନ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ l ବିଳମ୍ବରେ ହେଲେ ମଧ୍ୟ ପରିବାର ଲୋକେ ନ୍ୟାୟ ପାଇ ଥିବାରୁ ମିଳିତ ନାଗରିକ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପକୁମାର ଜେନା ଓ ବରିଷ୍ଠ ଭାଜପା ନେତା କମଳାକାନ୍ତ ପାଣ୍ଡେ ସାଧୁବାଦ ଜଣାଇଛନ୍ତି l

ଥାନା ଅଧିକାରୀ କୌଶିକ ମାଝୀ ଓ ଏସ ଆଇ ସୋମ୍ୟରଞ୍ଜନ ପଣ୍ଡା ଦାରିଙ୍ଗବାଡି ଅଂଚଳରେ ଘଟୁଥିବା ଅପରାଧ ନିୟନ୍ତ୍ରଣ ନାବାଳିକା ଅପହରଣ ଘଟଣାରେ ଉଦ୍ଧାର କରିବାରେ ସଫଳହେଉ ଥିବା ନଜିର ରହିଛି l ଦାରିଙ୍ଗବାଡି ପୋଲିସର କାର୍ଯ୍ୟଦକ୍ଷତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l

   Related Posts