Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଅପହୃତ ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଖସି ଆସିଲା ଓ ଥାନାରେ ଅଭିଯୋଗ କଲା , ପରଦିନ ଆତ୍ମହତ୍ୟା କରିଦେଲା: ଏ ଯାଏଁ ମିଳିନି ଆଉ ଜଣଙ୍କ ପତ୍ତା

14/02/2019 at 7:19 PM

କଟକ୧୪|୨:କଟକ ସିଡିଏ ଅଞ୍ଚଳର କାଠଯୋଡିବିହାରର ମୁଣ୍ଡାସାହି ବସ୍ତିରୁ ଅପହରଣ ହୋଇଥିବା ଦୁଇ ନାବାଳିକା ଭଉଣୀଙ୍କ ମଧ୍ୟରୁ ଜଣେ ଫେରି ଆତ୍ମହତ୍ୟା କରିଥିବା ବେଳେ ଏବେବି ଜଣେ ନିଖୋଜ ରହିଛି । ତେବେ ପୁଲିସ ଏପର୍ଯ୍ୟନ୍ତ ନିଖୋଜ ଭଉଣୀଙ୍କୁ ଉଦ୍ଧାର କରିପାରିନଥିବା ବେଳେ ଦୋଷୀକୁ ମଧ୍ୟ ଗିରଫ କରିପାରି ନାହିଁ ।ତେବେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦୁଇ ଭଉଣୀଙ୍କୁ ଗତ ୪ ଦିନ ତଳେ ଅପହରଣ କରିଥିବା ତାଙ୍କ ମା ଅଭିଯୋଗ କରିଛନ୍ତି…..

କଟକ ସିଡିଏ କାଠଯୋଡି ବସ୍ତିରେ ଚାଞ୍ଚଲ୍ୟ । ଅପହୃତ ଦୁଇ ନାବାଳିକା ଭଉଣୀଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତଙ୍କ କବଳରୁ ଖସିଆସି ଜୀବନ ହାରିଛି । ବଡ଼ର ଏଯାଏ ପତ୍ତା ମିଳିନି । ଗତ ସପ୍ତାହରେ ଦୁଇ ନାବାଳିକାଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ଶନିବାର ଏନେଇ ମର୍କତନଗର ଥାନାରେ ଅଭିଯୋଗ କରିଥିଲେ ପରିବାରଲୋକେ । ହେଲେ ପୋଲିସ ଏହାକୁ ଗୁରୁତର ସହ ନେଇ ନଥିଲା । ତେବେ ସାନ ଭଉଣୀ କୌଣସିମତେ ଅପହର୍ତ୍ତାଙ୍କ କବଳରୁ ଖସି ଆସି ମଙ୍ଗଳବାର ସନ୍ଧ୍ୟାରେ ଘରେ ପହଞ୍ଚିଥିଲା । ମା ସହ ଥାନାକୁ ଯାଇ ଅଭିଯୋଗ କରିଥିଲା । ପୋଲିସ ତାଙ୍କଠାରୁ ବୟାନ ରେକର୍ଡ କରିଥିଲା। ପରଦିନ ସକାଳୁ କିନ୍ତୁ ନାବାଳିକାର ମୃତଦେହ ଘରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ଦୁଇ ଭଉଣୀଙ୍କ କ୍ଷେତ୍ରରେ କ’ଣ ଘଟିଛି ?  ଥାନାରୁ ଫେରିବା ପରେ ସାନ ଭଉଣୀ କାହିଁକି ଏପରି ଚରମ ପଦକ୍ଷେପ ନେଲେ ? ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଥିବା ବେଳେ ପୋଲିସ ଆଡକୁ ଅଙ୍ଗୁଳି ଉଠାଇଛନ୍ତି ନାବାଳିକାଙ୍କ ମାଆ ।

ସେପଟେ ପୋଲିସର ନିଷ୍କ୍ରିୟତାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । କଟକ ନଗର ବିଜେପି ଓ ମହିଳା ମୋର୍ଚ୍ଚା ପୀଡିତାଙ୍କ ପରିବାରକୁ ଭେଟିବା ସହ ମର୍କତନଗର ଥାନା ଘେରାଉ କରିଥିଲେ ।୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରି ଅପହୃତ ନାବାଳିକାକୁ ଉଦ୍ଧାର କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି ।

ପୋଲିସ ଘଟଣା ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି । ନିଖୋଜ ଥିବା ନାବାଳିକା ଉଦ୍ଧାର ପରେ ହିଁ ପ୍ରକୃତ ଘଟଣା କ’ଣ ତାହା ଉପରୁ ପରଦା ହଟିପାରିବ ।

   Related Posts