Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ଅପହୃତ ଯୁବତୀ ଉଦ୍ଧାର, ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିଥିଲା ଯୁବକ

24/07/2020 at 3:54 PM

ଆଠଗଡ ୨୪।୭: ଆଠଗଡ ଏନଏସି ଅନ୍ତର୍ଗତ କନ୍ତୋଲ ଗ୍ରାମର ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଅପହୃତ ଯୁବତୀଙ୍କୁ ଉଦ୍ଧାର କରିଛି ଆଠଗଡ ପୋଲିସ । ଅପହରଣ କରିଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ ।

ପୋଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୮ ତାରିଖ ରାତିରେ କନ୍ତୋଲ ଗ୍ରାମର ଜଣେ ସଂଖ୍ୟା ଲଘୁ ସଂପ୍ରଦାୟର ଯୁବତୀ ରାତିରେ ପରିସ୍ରା କରିବାକୁ ଉଠିଥିବା ବେଳେ ସେହି ଗ୍ରାମର ସଞ୍ଜୟ ଓରଫ ହାଡିଆ (୪୨) ଏକ ରୁମାଲରେ ତାଙ୍କର ମୁହଁକୁ ଚାପି ଧରି ଥିଲେ । ରୁମାଲରେ କୌଣସି ଦୁର୍ଗନ୍ଧ ଯୁକ୍ତ ରାସାୟନିକ ପଦାର୍ଥ ଲାଗିଥିବାରୁ ଯୁବତୀ ଜଣଙ୍କ ଅଚେତ ହୋଇଯାଇଥିଲେ । ଚେତା ଫେରିଲା ବେଳକୁ ସେ ନିଜକୁ ଅର୍ଧନଗ୍ନ ଅବସ୍ଥାରେ ଦେଖି ଚିତ୍କାର କରିବାକୁ ଲାଗିଲେ । ପାଟିଶୁଣି ସଞ୍ଜୟ ଘର ଭିତରକୁ ଆସି ତାଙ୍କୁ ମାଡ ମାରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ତାଙ୍କୁ ସହଯୋଗ କରିବା ସହ ବିବାହର ପ୍ରତିଶ୍ରୁତି ଦେଇ  ଗତ ୧୮ ତାରିଖଠାରୁ ଆଜି ପର୍ଯ୍ୟନ୍ତ ସଞ୍ଜୟ ଯୁବତୀଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ।

ଝିଅର ନିଖୋଜ ଘଟଣା ଯୁବତୀଙ୍କ ମା’ ଆଠଗଡ ଥାନାରେ ଏତଲା ଦେବା ପରେ ଆଠଗଡ ପୋଲିସ ତରଫରୁ ଏକ ଟିମ୍ ଫୋନ୍ ଟ୍ୟାପିଂ କରି ଚୌଦ୍ଵାର ପୋଲିସ ସହାୟତାରେ ଚୌଦ୍ଵାର ଥାନା ଅନ୍ତର୍ଗତ ଆଗ୍ରାହାଟ ଅଞ୍ଚଳର ଏକ ପରିତ୍ୟକ୍ତ ଘରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଏହାସହ ଅଭିଯୁକ୍ତ ସଞ୍ଜୟକୁ ଗିରଫ କରି ପଚରାଉଚରା କରୁଛି ଆଠଗଡ ପୋଲିସ । ଆଠଗଡ ଅଞ୍ଚଳରେ ଏପରି ଏକ ସମ୍ବେଦନଶୀଳ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

   Related Posts