ବାଇକ ଚୋରି ଅଭିଯୋଗରେ ୩୮ଜଣ ମହିଳାଙ୍କୁ ଉଠାଇନେଲେ ଗ୍ରାମବାସୀ, ପୋଲିସ ପହଞ୍ଚି ସେମାନଙ୍କୁ କଲା ଉଦ୍ଧାର

Published By : Prameya-News7 Bureau | January 08, 2021 IST

କୋଟା, ୦୮/୦୧: ବାଇକ୍ ଚୋରିକୁ ସନ୍ଦେହ କରି ରାଜସ୍ଥାନର ଏକ ଗ୍ରାମରୁ ୩୮ ଜଣ ଆଦିବାସୀ ମହିଳା ଏବଂ ଶିଶୁଙ୍କୁ  ଅପହରଣ କରାଯାଇଛି ।ମଧ୍ୟପ୍ରଦେଶର ଗୋଟିଏ ଗାଁର ୧୦୦ରୁ ଲୋକ ଥିବା ଗୋଷ୍ଠୀ ଅପହରଣ କରିଥିବା ଜଣାପଡ଼ିଛି।  ମହିଳାଙ୍କ ସ୍ୱାମୀ ସେଠାକାର ଅଞ୍ଚଳରେ ଚୋରି କରୁଥିବା ସନ୍ଦେହ କରି ଗାଁ ଲୋକ ଏପରି କରିଥିବା ପୋଲିସ୍ କହିଛି।

ଏହି ଘଟଣା ରାଜସ୍ଥାନର ଜଲ୍‌ୱାର ଜିଲ୍ଲାରେ ଘଟିଥିବା ଜଣାପଡ଼ିଥିବା ବେଳେ ଅପହରଣକାରୀ ମଧ୍ୟପ୍ରଦେଶର ରାତ୍ଲାମ୍ ଜିଲ୍ଲାର ହୋଇଥିବା ରାଜସ୍ଥାନର ପୋଲିସ୍‌ ଅଧିକାରୀ ଭନୱାର ସିଂ କହିଛନ୍ତି। ତାଙ୍କ ଥାନା ଅଧିନରେ ଆସୁଥିବା ଦୁଇ ରାଜ୍ୟର ସୀମା ଅଞ୍ଚଳରେ ଏହି କଞ୍ଜର ଜାତିର ଆଦିବାସୀ ପରିବାର ତମ୍ୱୁ ଟାଣି ରହୁଛନ୍ତି। ସେମାନେ ଆଖପାଖ ଅଞ୍ଚଳରେ ଚୋରି କରୁଥିବା ଲୋକେ ସନ୍ଦେହ କରି ଏପରି ଘଟଣା ଘଟାଇଥିବା ଶ୍ରୀ ସିଂ କହିଛନ୍ତି। ରାଜସ୍ଥାନ ପୋଲିସ୍ କିଛି ଘଣ୍ଟା ମଧ୍ୟରେ ମହିଳା ଓ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ୬ ଜଣ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯିବା ସହ ଏହି ଘଟଣାରେ ବ୍ୟବହୃତ କାରକୁ ପୋଲିସ୍ ଜବତ କରିଛି।

 ଘଟଣା ଅନୁସାରେ ପାଖ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ବାଇକ୍‌ ଚୋରିକୁ କେନ୍ଦ୍ରକରି ଏହି ଗୋଷ୍ଠୀ ଅପହରଣ ହୋଇଥିଲା। ଏହି ଚୋରି ସୀମାରେ ରହୁଥିବା ଆଦିବାସୀମାନେ କରିଥିବା ସନ୍ଦେହ କରି ସେଠାକାର ଗ୍ରାମବାସୀ ବନ୍ଧୁକ, ଲୁହା ରଡ୍ ଏବଂ ଠେଙ୍ଗାଧରି ଆଦିବାସୀ ରହୁଥିବା ବାମଦେବରିଆ ଓ ହଜଡିଆ ଗ୍ରାମରେ ପହଞ୍ଚି ଯାଇଥିଲେ। ସମ୍ପୂର୍ଣ୍ଣ ଗାଁ କୁ ସେମାନେ ଘେରାଉ କରି ନେଇଥିଲେ। ସେହି ସମୟରେ ଗ୍ରାମରେ କୌଣସି ପୁରୁଷ ଉପସ୍ଥିତ ନଥିଲେ। ତେଣୁ ସେମାନେ ଗାଁରେ ଥିବା ୩୮ ଜଣ ମହିଳା ଏବଂ ଶିଶୁଙ୍କୁ ବସ୍‌ ଯୋଗେ ଉଠେଇ ନେଇଥିବା ପୋଲିସ୍‌ ସୂତ୍ରରୁ ପ୍ରକାଶ କରାଯାଇଛି। ତେବେ ରାଜସ୍ଥାନ ପୋଲିସ୍‌ ବସ୍‌ଟିକୁ ଅନୁସରଣକରି ଅଟକାଇଥିଲା ଏବଂ ଅପହୃତଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.