ଟ୍ରକ୍ ସହ ଡ୍ରାଇଭରଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପରେ ଛାଡିଦେଇ ମାରିଲେ ଛୁ : ଥାନାରେ ମାମଲା

Published By : Prameya-News7 Bureau | March 12, 2021 IST

ସମ୍ବଲପୁର ୧୨।୩: ଗୋଶାଳା ନିକଟରୁ ଟ୍ରକ୍ ସହ ଡ୍ରାଇଭରଙ୍କୁ ଅପହରଣ ଅଭିଯୋଗ । ଅପହରଣ ପରେ ଟ୍ରକ୍ ଡ୍ରାଇଭରଙ୍କୁ ଅଇଁଠାପାଲି ଛକରେ ଛାଡିଦେଲେ ଦୁର୍ବୃତ୍ତ । ସେପଟେ ଅପହରଣ ହୋଇଥିବା ଟ୍ରକକୁ ସୁନ୍ଦରଗଡ ନିକଟରୁ ଉଦ୍ଧାର କରିଛି ପୋଲିସ ।

{"id":421678,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବୁଧବାର ରାଞ୍ଚିରୁ ଝାରସୁଗୁଡା ଅଭିମୁଖେ ଏକ ଖାଲି ଟ୍ରକ୍ ଯାଉଥିଲା । ଜାତୀୟ ରାଜପଥ ଗୋଶାଳା ପେଟ୍ରୋଲ ପମ୍ପ୍ ନିକଟରେ ଟ୍ରକଟି ଅଟକିଥିବାବେଳେ ଏକ କାର୍ ଯୋଗେ ୫ ଜଣ ଯୁବକ ଆସି ଟ୍ରକ୍ ସମ୍ମୁଖରେ କାର୍ ରଖିଦେଇଥିଲେ । ଏହାସହ ୫ଜଣ ଓହ୍ଲାଇ ଥିଲେ । ୪ ଜଣ ଡ୍ରାଇଭରଙ୍କୁ ଟେକି ନେଇ କାର୍ ରେ ବସାଇ ଅପହରଣ କରି ନେବା ସହ ଜଣେ ଟ୍ରକ୍ ଚଳାଇ ଫେରାର ହୋଇଯାଇଥିଲେ । ତେବେ ଡ୍ରାଇଭରଙ୍କୁ ଅଇଁଠାପାଲି ଛକରେ ଛାଡିଦେବା ପରେ ଡ୍ରାଇଭର ଆସି ଥାନାରେ ଘଟଣା ସମ୍ପର୍କରେ କହିଥିଲେ । ଏହାପରେ ପୋଲିସ ଟ୍ରାକ୍ କରି ଟ୍ରକକୁ ସୁନ୍ଦରଗଡରୁ ଉଦ୍ଧାର କରିବା ସହ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚଢାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.