ପ୍ରେମରୁ ଅପହରଣ ନାଟକ ! ନିଖୋଜ ଡେଲିଭରି ବଏ ପତିତପାବନ ବିରୋଧରେ ଯୁବତୀ ଅପହରଣ ଅଭିଯୋଗ, ଗୋପ-ଧଉଳି ପୋଲିସର ମୁଣ୍ଡବିନ୍ଧା

Published By : Prameya-News7 Bureau | September 14, 2021 IST

ଭୁବନେଶ୍ବର୧୪।୦୯: ଧଉଳିରୁ ଡେଲିଭରୀ ବୟ ପତିତପାବନ ପୃଷ୍ଟି ଅପହରଣ ଘଟଣା । ଅପହରଣ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ଗୋପ ଥାନା ବେଦପୁର ଗାଁର ଜଣେ ଯୁବତୀଙ୍କୁ ପତିତପାବନ ଅପହରଣ କରିଥିବା ଅଭିଯୋଗ ଆସିଛି । ସମ୍ପୃକ୍ତ ଯୁବତୀଙ୍କ ପରିବାର ଏନେଇ ଗୋପ ଥାନାରେ ଲିଖିତ  ଭାବେ ଅଭିଯୋଗ କରିଛନ୍ତି ।  ନିଖୋଜ ଯୁବତୀଙ୍କର ପତିତପାବନଙ୍କ ସହ ସମ୍ପର୍କ ଥିବା ସୂଚନା । ତେବେ ଘଟଣାସଂପର୍କରେ ସବିଶେଷ ତଥ୍ୟ ହାସଲ ହୋଇନାହିଁ ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ଯୁବକଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଥିଲା । ଏନେଇ ଯୁବକଙ୍କ ପରିବାରକୁ ଏକ ଭଏସ୍ ମେସେଜ୍‌ରେ ଏହି ସୂଚନା ଦେଇଥିଲେ। ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଦୟାନଦୀ ରାସ୍ତାରେ ଅପହୃତ ଯୁବକଙ୍କ ଗଞ୍ଜି, ବ୍ୟାଗ୍ ଓ ଚପଲ ମାଟିରେ ଅଧା ପୋତା ହୋଇ ରହିଥିବା ବେଳେ ଛୁରୀ ଜବତ କରିଥିଲା ପୋଲିସ । ଘଟଣାରେ ପୋଲିସ ତଦନ୍ତ ଜୋରଦାର କରିଥିଲା । ଏପରିକି ଅପହୃତ ଯୁବକଙ୍କ ମୋବାଇଲ୍‌ର ସିଡିଆର୍‌ ଯାଞ୍ଚ ଆରମ୍ଭ କରିଥିଲେ ପୋଲିସ । ଖୁବ୍‌ଶୀଘ୍ର ଯୁବକଙ୍କ ପତ୍ତା ମିଳିବ ବୋଲି ପୋଲିସ ଆଶା ରଖିଥିଲେ । କିନ୍ତୁ ଅପହରଣର ୨ ଦିନ ପରେ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ଡେଲିଭରୀ ବୟ ପତିତପାବନ ପୃଷ୍ଟି ପୁରୀ ଜିଲ୍ଲା ଗୋପ ଥାନା ବେଦପୁର ଗାଁର ଜଣେ ଯୁବତୀଙ୍କୁ ଅପହରଣ କରିଥିବା ସୂଚନା ମିଳିଛି । ତେବେ କଣ ପାଇଁ ଯୁବତୀଙ୍କୁ ଅପହରଣ କରାଯାଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ଅନ୍ୟପଟେ ନିଖୋଜ ଘଟଣାରେ ଆସିଛି ଆଉ ଏକ ଟ୍ୱିଷ୍ଟି । ପତିତପାବନକୁ ମଧ୍ୟପ୍ରଦେଶରୁ ଠାବ କଲା ପୋଲିସ । ରେଲୱେ ପୋଲିସ ସହାୟତାରେ ଉଦ୍ଧାର କଲା ଧଉଳି ଥାନା ପୋଲିସ । ପତିତପାବନଙ୍କ ସହ ଅନ୍ୟ ଜଣେ ସାଥୀଙ୍କୁ ମଧ୍ୟ ଠାବ କରାଯାଇଛି । ଏବେ ପତିତପାବନକୁ ଆଣିବା ପାଇଁ ଏକ ଟିମ୍‌ ମଧ୍ୟପ୍ରଦେଶ ଯାଇଛି । ପତିତପାବନକୁ ପଚରା ଉଚାର ପରେ ଅପହରଣ ଘଟଣା ଉପରୁ ପରଦା ହଟିବ । ଏନେଇ ଭୁବନେଶ୍ବର ଡ଼ିସିପି ସୁଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.