Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଝିଅକୁ ଉଠାଇ ନେଇ କରୁଥିଲେ ଦୁଷ୍କର୍ମ ଉଦ୍ୟମ, ଦେଖଣାହାରୀ ଭିଡିଓ କରି ଧମକାଇବାରୁ ବଞ୍ଚିଗଲା ପୀଡିତାର ଇଜ୍ଜତ

7/05/2021 at 6:47 PM

ଝାରସୁଗୁଡା ୦୭।୦୫: ଭିଡ଼ିଓ ଉତ୍ତୋଳନ କରି ସାହାସ ଦେଖାଇଥିବା ବ୍ୟକ୍ତିଙ୍କ ଯୋଗୁଁ ନର ରାକ୍ଷସଙ୍କ ହାତରେ ଦୁଷ୍କର୍ମ ହେବାରୁ ଅଳ୍ପକେରୁ ବର୍ତ୍ତିଗଲେ ଯୁବତୀ। ଏଥିସହ ପୀଡିତାଙ୍କ ଇଜ୍ଜତ ବଞ୍ଚି ଯାଇଛି। ଝାରସୁଗୁଡା ସହରରେ ଲକଡାଉନ ଯୋଗୁଁ ଚାରିଆଡେ ଶୂନଶାନ ଥିବା ସୁଯୋଗ ଦେଖି ଏକ ପରିତ୍ୟକ୍ତ କୋଠରୀରେ ଜଣେ ଯୁବତୀକୁ ଟେକିନେଇ ଗଣ ଦୁଷ୍କର୍ମ ଉଦ୍ୟମ କରୁଥିଲେ ଅସାମାଜିକ ଯୁବକ। ଠିକ୍ ସେତିକି ବେଳେ ସେଠାରେ ଜଣେ ଦେଖଣାହାରୀ ପହଞ୍ଚି ଭିଡିଓ ଉତ୍ତୋଳନ କରି ଯୁବକ ମାନଙ୍କୁ ଧମକ ଚମକ ଦେବାରୁ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ହେଲେ ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇ ଯାଇଛି।

ଯୁବତୀ ଜଣକ କେଉଁଠାରୁ ଆସିଥିଲେ ଓ କୁଆଡେ ଗଲେ ତାହା ଜଣାପଡି ନଥିବା ବେଳେ ଭିଡ଼ିଓରେ ଥିବା ଯୁବକ ମାନେ ବସଷ୍ଟାଣ୍ଡ ଅଞ୍ଚଳରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଜଣାପଡିଛି। ଘଟଣାଟି ଘଟିଛି ବସଷ୍ଟାଣ୍ଡ ପଛପଟେ ଥିବା ରେଳବାଇର ଏକ ପରିତ୍ୟକ୍ତ କ୍ୟାବିନ ଭିତରେ। ଏହି ଭିଡିଓ ଭାଇରାଲ ହେବା ପରେ ରେଳବାଇ ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏ ସମ୍ପର୍କରେ କୌଣସି ଏତଲା ରୁଜୁ ହୋଇ ନଥିବା କହିଛନ୍ତି ଜିଆରପି ଥାନା ଅଧିକାରୀ।

   Related Posts