Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବନ୍ଧୁକ ମୁନରେ ଅପହରଣ, କେସିଙ୍ଗାରୁ ଉଦ୍ଧାର ହେଲେ ନିର୍ବ।ହୀ ଅଧିକାରୀ

7/10/2020 at 2:44 PM

ଝାରସୁଗୁଡ଼ା ୦୭।୧୦: ବନ୍ଧୁକ ମୁନରେ ନିର୍ବ।ହୀ ଅଧିକାରୀଙ୍କୁ ଅପହରଣ । ବିଳମ୍ବିତ ରାତିରେ ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବ।ହୀ ଅଧିକାରୀ ମନୋରଞନ ପଟ୍ଟନାୟକଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ତାଙ୍କ ସରକାରୀ କ୍ବାଟରରୁ ପାଞ୍ଚରୁ ସାତ ଜଣ ଦୁର୍ବୃତ୍ତ ଭୁଜାଲୀ ଓ ବନ୍ଧୁକ ଦେଖାଇ ବୋଲେରୋ ଗାଡିରେ ଅପହରଣ କରିନେଇଥିଲେ ।

ତାଙ୍କ ଠାରୁ ୩ ଲକ୍ଷ ଟଙ୍କାର ଚେକ ନେଇଥିବା ବେଳେ ନଗଦ ଟଙ୍କା ଦାବୀ କରିଥିବା ସେ ଅଭିଯୋଗ କରିଛନ୍ତି । ସେ ଜଣେ ଠିକାଦାରଙ୍କୁ ନଗଦ ଟଙ୍କା ପାଇଁ ଫୋନ କରିଥିଲେ । ତେବେ ପୋଲିସ ସୂଚନା ଭୟରେ କାହାକୁ କିଛି ନ ଜଣାଇବା ଭୟ ଦେଖାଇ ତାଙ୍କୁ ଛାଡି ଦେଇଥିଲେ । ଆଜି ସକାଳୁ କେସିଙ୍ଗା ଅଂଚଳରେ ନିର୍ବାହୀ ଯନ୍ତ୍ରୀ ଙ୍କୁ ଠାବ କରାଯାଇଛି । ନିର୍ବ।ହୀ ଅଧିକାରୀ କେସିଙ୍ଗା ଥାନାରେ ପହଂଚି ସୂଚନା ଦେଇଛନ୍ତି । କଥାବାର୍ତ୍ତାରୁ ଅପହରଣକାରୀ ଝାଡ଼ଖଣ୍ଡ ଅପରାଧି ବୋଲି ଅନୁମାନ କରାଯାଉଛି । ଘଟଣାରେ କଳାହାଣ୍ଡି ଏସପି ତଦନ୍ତ ଜାରି ରଖିଛନ୍ତି ।

   Related Posts