ଜଗନ୍ନାଥ ପ୍ରସାଦ: ଅପହରଣ ମାମଲାରେ ୨ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | June 13, 2020 IST

ବ୍ରହ୍ମପୁର, ୧୩|୦୬:   ଅପହରଣ ମାମଲାରେ ଜଗନ୍ନାଥ ପ୍ରସାଦ ପୁଲିସ୍ ଦ୍ବାରା ୨ ଜଣ ଅପହରଣକାରୀଙ୍କୁ ଗିରଫ  କରିଛି।ଏହି ୨ ଅପହରଣକାରୀ ପଞ୍ଚଭୁତି ଗାଆଁର ରମେଶ ଚନ୍ଦ୍ର ସାହୁଙ୍କୁ ଅପହରଣ କରି ୩ ଲକ୍ଷ ଟଙ୍କା ଦାବି କରିଥିଲେ  ।

ସୂଚନାନୁସାରେ, ପଞ୍ଚଭୁତି ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କୁ ୨ଜଣ ଯୁବକ ଅହରପଣ କରି ନେଇଥିଲେ । ଏହାସହ ୩  ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ । ତେବେ ଜଗନ୍ନାଥ ପ୍ରସାଦ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୨ ଅପହର୍ତ୍ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ଦୁଇ ହଜାର ଟଙ୍କା,  ଗୋଟିଏ ମୋଟରସାଇକେଲ, ଗୋଟିଏ ଛୁରୀ,  ଗୋଟିଏ ବାଉଁଶ ବାଡି ଜବତ କରାଯାଇଥିବା ପୋଲିସ୍ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.