Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସ୍କୁଲରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ ଉଦ୍ୟମ, ମୁଖ୍ୟ ଅଭିଯୁକ୍ତ ସରକାରୀ ଚାକିରିଆ

25/01/2021 at 3:44 PM

ଜି.ଉଦୟଗିରି୨୫/୧:  ସ୍କୁଲରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ ଉଦ୍ୟମ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ମିଳିଥିବା ସୂଚନା ମୁତାବକ, ଜି.ଉଦୟଗିରିସ୍ଥିତ ପଦାସାହି ପ୍ରାଥମିକ ବିଦ୍ୟାଳୟ ଏହି ଶିକ୍ଷୟିତ୍ରୀ କାର୍ଯ୍ୟରତ ଅଛନ୍ତି। କୌଣସି କାରଣରୁ ଶିକ୍ଷୟିତ୍ରୀଙ୍କୁ ୫ ଜଣ ଯୁବକ ଉଠାଇ ନେବାକୁ ଚେଷ୍ଟା କରିଥିଲେ। ସ୍କୁଲରେ ଥିବା ଅନ୍ୟ ଶିକ୍ଷକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ ବୁର୍ବୃତ୍ତମାନେ।

୨ କାରରେ ୫ ଜଣ ଦୁର୍ବୃତ୍ତ ଆସି ସ୍କୁଲରେ ଆତଙ୍କ ଖେଳାଇ ଦେଇଥିଲେ। ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକ ମଧ୍ୟ ସ୍କୁଲରେ ଉପସ୍ଥିତ ଥିଲେ। ଏହି ଘଟଣା ସଂପର୍କରେ ପୋଲିସକୁ ଖବର ଦେବା ପରେ ଦୁର୍ବୃତ୍ତମାନେ ଖସିଯିବାକୁ ଚେଷ୍ଟା କରିଥିଲେ। ଜି.ଉଦୟଗିରି ପୋଲିସ ପିଛା କରି ୩  ଦୁର୍ବୃତ୍ତଙ୍କୁ କାବୁ କରିଥିବା ବେଳେ ୨ ଜଣ ଖସି ଯିବାର ସଫଳ ହୋଇଛନ୍ତି। ପୋଲିସର ସୂଚନା ମୁତାବକ, ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ସରକାରୀ ଚାକିରିଆ। ଏ ସମସ୍ତଙ୍କ ଘର ଫୁଲବାଣୀ ଏବଂ ଭୁବନେଶ୍ବର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କେଉଁ କାରଣରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

   Related Posts