Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ମୋବାଇଲରେ କାର୍ଟୁନ ଦେଖୁଥିଲା ୨ ବର୍ଷର ଶିଶୁ: ଝରକାରୁ ତଳେ ପଡିଗଲା, ୫୫ ଘଣ୍ଟା ଚିକିତ୍ସା ପରେ ଚାଲିଗଲା ଜୀବନ

13/09/2021 at 9:40 PM

ସୁରଟ ୧୩/୦୯ : ସୁରଟ ସହରର ଲିମ୍ବାୟତ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଏକ ୨ ବର୍ଷର ଶିଶୁ ଖସିପଡିଥିଲା। ପ୍ରାୟ ୫୫ ଘଣ୍ଟା ଚିକିତ୍ସା ପରେ ଶିଶୁର ମୃତ୍ୟୁ ହୋଇଛି। ଶିଶୁଟି ମୋବାଇଲରେ କାର୍ଟୁନ୍ ଦେଖୁଥିଲା। ଏହି ସମୟରେ ସେ ଝରକା ପାଖକୁ ଆସି ତଳେ ପଡି ଯାଇଥିଲା। ଦୁର୍ଘଟଣା ସମୟରେ ଶିଶୁର ମା’ ବାଥରୁମରେ ଥିଲେ।

ଶିଶୁର ପିତା ୱାସିମ ଅନସାରୀ ଟାଇଲ ଲଗାଇବା କାମ କରନ୍ତି। ପରିବାରରେ ପତ୍ନୀ ଏବଂ ଦୁଇ ପୁଅ ଥିଲେ। ବଡ଼ ପୁଅ ଶନିବାର ଦିନ ଘରେ ନଥିଲେ। ୨ ବର୍ଷିୟ ପୁଅ ମୋବାଇଲରେ କାର୍ଟୁନ୍ ଦେଖୁଥିଲା। ପୁଅ ମୋବାଇଲରେ ବ୍ୟସ୍ତ ଥିବା ଦେଖି ମା’ ବାଥରୁମକୁ ଚାଲିଗଲେ। ଏହି ସମୟରେ ପୁଅ ଝରକା ପାଖକୁ ଚାଲି ଆସିଥିଲା ଓ ତଳେ ପଡ଼ିଯାଇଥିଲା।

ଶିଶୁଟି ଦ୍ୱିତୀୟ ମହଲାର ବାଲକୋନୀ ସହ ଧକ୍କା ହୋଇ ତଳେ ପଡି ଯାଇଥିଲା। ଏହି ସମୟରେ ଜଣେ ଯୁବକ ସେହି ରାସ୍ତା ଦେଇ ଯାଉଥିଲେ। ସେ ପିଲାଟିକୁ ଉଠାଇ ବଡ ପାଟିରେ ଲୋକଙ୍କୁ ଡାକିଥିଲେ। ପଡୋଶୀ ଆସି ଶିଶୁର ମା’ଙ୍କୁ ସୂଚନା ଦେଇଥିଲେ। ଶିଶୁକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୫୫ ଘଣ୍ଟା ଚିକିତ୍ସା ପରେ ଶିଶୁର ଜୀବନ ରକ୍ଷା କରାଯାଇ ପାରିଲା ନାହିଁ।

ୱାସିମଙ୍କ ପରିବାର ଏହି ଆପାର୍ଟମେଣ୍ଟରେ ଭଡ଼ାରେ ରୁହନ୍ତି। ସେ ପ୍ରାୟ ଏକ ମାସ ପୂର୍ବରୁ ଏଠାକୁ ଆସିଥିଲେ। ୱାସିମ କହିଛନ୍ତି ଯେ ଖଟ ଝରକା ପାଖରେ ପଡିଛି। ଖଟରୁ ଝରକା ପର୍ଯ୍ୟନ୍ତ ଦୂରତା ମାତ୍ର ଦୁଇ ଫୁଟ। ଏହି ଝରକା ସବୁବେଳେ ବନ୍ଦ ରଖାଯାଏ କିନ୍ତୁ ଶନିବାର ଦିନ ତାଙ୍କ ସ୍ତ୍ରୀ ଝରକା ବନ୍ଦ କରିବାକୁ ଭୁଲି ଯାଇଥିଲେ। ଯେଉଁଥିପାଇଁ ଏତେ ବଡ ଦୁର୍ଘଟଣା ଘଟିଗଲା।

   Related Posts