Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କରୋନା କାଳରେ ଜନ୍ମ ହୋଇଛି ଶିଶୁ, ସବୁ ଜିନିଷକୁ ଭାବୁଛି ସାନିଟାଇଜର, ଦେଖନ୍ତୁ ମଜାଦାର ଭିଡିଓ

16/07/2021 at 5:03 PM

ନୂଆଦିଲ୍ଲୀ ୧୬/୦୭ : କରୋନା କାଳରେ ଜନ୍ମ ହୋଇଥିବା ଏକ ଶିଶୁର ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ହସିବେ। ଏହି ଶିଶୁଟି ସବୁ ଜିନିଷକୁ ସାନିଟାଇଜର ଭାବି ନେଇଛି ଓ ହାତ ସଫା କରୁଛି।

କରୋନା ମହାମାରୀ ଆମ ଭିତରେ ଏମିତି କିଛି ଅଭ୍ୟାସ ସୃଷ୍ଟି କରିଛି ଯାହା ଭୁଲିବା କଷ୍ଟକର। ଏଥିରେ ନିୟମିତ ବ୍ୟବଧାନରେ ହାତକୁ ସଫା ରଖିବା ଏବଂ ସାନିଟାଇଜ କରିବା ସାମିଲ ଅଛି। ଏହି ନିୟମ ଅନୁଯାୟୀ, ଏହି ଶିଶୁଟି ବାରମ୍ବାର ହାତ ସାନିଟାଇଜ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।

ବେବିଗ୍ରାମ (babygram ) ନାମକ ଜଣେ ୟୁଜର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ଏକ ଶିଶୁ ନଜର ଆସୁଛି। ଭିଡିଓରେ ଲେଖାଯାଇଛି ଯେ ଶିଶୁଟି ୨୦୨୦ ରେ ଜନ୍ମ ହୋଇଛି ଏବଂ ସେ ସବୁ ଜିନିଷକୁ ସାନିଟାଇଜର ଭାବି ନେଇଛି। ଶିଶୁଟିର ଏହି ସୁନ୍ଦର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଛୋଟ ଶିଶୁଟି ରାସ୍ତା କଡ଼ରେ ଲାଗିଥିବା ଲ୍ୟାମ୍ପ ତଳେ ହାତ ରଖି ଦେଖୁଚି ସତେ ଯେମିତି ଏକ ସାନିଟାଇଜର ଷ୍ଟାଣ୍ଡ। ଏହା ପରେ ସେ ଦୁଇ ହାତ ଘଷୁଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଶିଶୁଟି ଫୁଲ କୁଣ୍ଡକୁ ମଧ୍ୟ ସାନିଟାଇଜର ଭାବି ନେଇଛି।

   Related Posts