“ଇନ୍ଦୁ କି ଜୱାନୀ” ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଅଭିନେତ୍ରୀ କିଆରା ଆଡଭାନୀ

Published By : Prameya-News7 Bureau | May 27, 2019 IST

ମୁମ୍ବାଇ୨୭|୫ : ଆଜିକାଲି ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ନିଜ ଆଗାମୀ ଫିଲ୍ମ “କବିର ସିଂହ” ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ କିଆରା ଶାହୀଦ କପୁରଙ୍କ ସହ ଅଭିନୟ କରିଛନ୍ତି। “କବିର ସିଂହ” ଫିଲ୍ମ ପରେ କିଆରା ଅକ୍ଷୟ କୁମାରଙ୍କ ସହ “ଲକ୍ଷ୍ମୀ ବମ୍‌” ଫିଲ୍ମରେ ନଜର ଆସିବେ।

{"id":116557,"width":582,"height":334}

ଏହି ୨ଟି ଫିଲ୍ମ ବ୍ୟତୀତ ଏବେ କିଆରାଙ୍କୁ ଆଉ ଏକ ଫିଲ୍ମ ପାଇଁ ସାଇନ୍‌ କରାଯାଇଛି। ରିପୋର୍ଟ ଅନୁସାରେ କିଆରା ଖୁବ୍‌ ଶୀଘ୍ର ଏକ ବେଙ୍ଗଲି ଫିଲ୍ମରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଫିଲ୍ମର ନିର୍ମାତା ଏହି ବିଷୟରେ ସୋସିଆଲ ମିଡିଆରେ ଘୋଷଣା କରିସାରିଛନ୍ତି।

{"id":116558}

ଫିଲ୍ମମେକର୍ସଙ୍କ ଅନୁସାରେ ଫିଲ୍ମର ନାଁ “ଇନ୍ଦୁ କି ଜୱାନି”। ଏହି ଫିଲ୍ମରେ କିଆରା ଖୁବ୍‌ ଦମଦାର ଚରିତ୍ରରେ ଅଭିନୟ କରିବାରେ ଦେଖାଯିବେ। ଚଳଚ୍ଚିତ୍ରର ପ୍ରଥମ ଲୁକ୍‌ ଫିଲ୍ମମେକର୍ସ ସୋସିଆଲ ମିଡିଆରେ ସେଆର କରିଛନ୍ତି। ଏହି ଫଟୋରେ କିଆରା ଫିଲ୍ମର ଅନ୍ୟ କଳାକାରଙ୍କ ସହ ପୋଜ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହା ଏକ କମେଡି ଫିଲ୍ମ। ଫିଲ୍ମର ପ୍ରଯୋଜକ ହେଉଛନ୍ତି ମିଖିଲ ଆଡଭାନୀ, ନିରଞ୍ଜନ ଅୟଙ୍ଗର ଓ ରାୟନ ଷ୍ଟିଫେନ୍‌।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.