ବଢୁଛି ଡିମାଣ୍ଡ, ଏକା ସହ ମିଳିଲା ୪ଟି ଫିଲ୍ମ ଏହି ଅଭିନେତ୍ରୀଙ୍କୁ, ହଟ୍‌ ଲୁକରେ ଆସିଲେ ନିର୍ଦ୍ଦେଶକଙ୍କୁ ଘରକୁ

Published By : Prameya-News7 Bureau | November 13, 2019 IST

ମୁମ୍ବାଇ୧୩|୧୧: ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ବହୁତ କାମ କରିବା ପରେ ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜ ପରିଚୟ ସୃଷ୍ଟି କରିବାରେ ଅସଫଳ ହୋଇଛନ୍ତି। ହେଲେ ଆଜି ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ଗୋଟେ ଫିଲ୍ମ ପରେ ବହୁତ ଫେମସ ହୋଇଛନ୍ତି। ଏହି ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ।

{"id":183408,"sizeSlug":"large"}

କିଆରାଙ୍କ ଡିମାଣ୍ଡ ବଲିଉଡରେ ବହୁତ ଅଧିକ ବଢିଯାଇଛି। ତାଙ୍କୁ ଏକାସହ ୪ଟି ଫିଲ୍ମର ଅଫର ମିଳିଛି। ନିକଟରେ କିଆରାଙ୍କୁ ବେଶ ହଟ୍‌ ଲୁକ୍‌ରେ ସ୍ପଟ୍‌ କରାଯାଇଥିଲା। ଫିଲ୍ମ ବିଷୟରେ କଥାବାର୍ତ୍ତା କରିବା ପାଇଁ ଏହି ଲୁକ୍‌ରେ କିଆରା ନିର୍ଦ୍ଦେଶକଙ୍କ ଘରକୁ ଯାଇଥିଲେ।

{"id":183407,"width":575,"height":497,"sizeSlug":"large"}

କିଆରାଙ୍କ ଷ୍ଟାରଡମ ଆଜିକାଲି ବହୁତ ଅଧିକ ବଢିଯାଇଛି। ଭୁଲଭୁଲୟା-୨ ଫିଲ୍ମର କାମ ନେଇ ନିକଟରେ ତାଙ୍କୁ ନିର୍ଦ୍ଦେଶକଙ୍କ ଘରେ ସ୍ପଟ୍‌ କରାଯାଇଥିଲା। କିଆରାଙ୍କ ହଟ୍‌ ଅନ୍ଦାଜ ଓ ବୋଲ୍ଡ ଲୁକ୍‌ ସମସ୍ତଙ୍କୁ ଆକର୍ଷିତ କରିଥିଲା। କିଆରା ଧଳା ଟପ୍‌ ସହ ମ୍ୟାଚିଂ ଧଳା ଜିନ୍ସ ପିନ୍ଧିଥିଲେ। କିଆରାଙ୍କର ଏହି ହଟ୍‌ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

{"id":183409,"width":577,"height":407,"sizeSlug":"large"}

ଶାହିଦ କପୁରଙ୍କ ସହ ଫିଲ୍ମ କବିର ସିଂହରେ ଅଭିନୟ କରିବା ପରେ ତାଙ୍କ ଭାଗ୍ୟ ବଦଳିଯାଇଛି। କବିର ସିଂହ ବ୍ଲକ୍‌ବଷ୍ଟର ହେବା ପରେ କିଆରାଙ୍କ ଡିମାଣ୍ଡ ବଢିଚାଲିଛି। କିଆରାଙ୍କ ଫିଲ୍ମ ଲିଷ୍ଟରେ ଗୁଡ ନ୍ୟୁଜ୍‌, ଳକ୍ଷ୍ମୀ ବମ୍‌, ଶେରଶାହ ଓ ଭୁଲଭୁଲୟା-୨ ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.