ଦୀପିକା ଏବଂ କ୍ୟାଟରିନାଙ୍କୁ ଈର୍ଷା କରନ୍ତି କିୟାରା ଆଡଭାନି : କହିଲେ ଏହା ପଛରେ ଥିବା କାରଣ

Published By : Prameya-News7 Bureau | November 28, 2020 IST

wp:heading {"level":5}
ମୁମ୍ବାଇ ୨୮/୧୧: କିୟାରା ଆଡଭାନିଙ୍କ ଫିଲ୍ମ ଇନ୍ଦୁ କି ଜଓ୍ବାନି ରିଲିଜ ହେଉଛି। ନିକଟରେ ଫିଲ୍ମର ପ୍ରମୋସନ ସମୟରେ କିୟାରା କହିଛନ୍ତି ଯେ ସେ ଦୀପିକା ପାଦୁକୋନ ଏବଂ କ୍ୟାଟରିନା କୈଫଙ୍କୁ ଈର୍ଷା କରନ୍ତି। କିୟାରା ଏହା ପଛର କାରଣ ମଧ୍ୟ କହିଛନ୍ତି। କିୟାରା ଏହା କରୀନା କପୁର ଖାନଙ୍କ ଚ୍ୟାଟ୍ ଶୋ ହ୍ବାଟ୍ ଓମ୍ୟାନ୍ ଓ୍ବାଣ୍ଟରେ କହିଛନ୍ତି। କିୟାରା କହିଛନ୍ତି ଯେ ତାଙ୍କୁ ଉଭୟଙ୍କ ଫିଟ୍ ବଡି ଯୋଗୁଁ ଈର୍ଷା କରନ୍ତି।
/wp:heading {"id":368806,"sizeSlug":"large"}
wp:heading {"level":5}
ଏହା ସହିତ କିୟାରା ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ୨ଅଭିନେତ୍ରୀଙ୍କ ହାଇଟ୍ ମଧ୍ୟ ପସନ୍ଦ। କିୟାରା ଉଭୟଙ୍କ ପ୍ରଶଂସା କରିଛନ୍ତି ଯେ କିପରି ସେମାନେ ଓ୍ବାର୍କଆଉଟ୍ କରି ନିଜକୁ ଫିଟ୍ ରଖନ୍ତି।
/wp:heading {"id":368809,"sizeSlug":"large"}
wp:heading {"level":5}
କିଛି ଦିନ ତଳେ ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ ତାଙ୍କୁ କୌଣସି ପୋକ ହେବାର ସୁଯୋଗ ମିଳିଲେ ସେ କେଉଁ ପୋକ ହେବେ। କିୟାରା ଏଥିରେ ଜବାବ ଦେଇଥିଲେ ଯେ ସେ କ୍ୟାଟରପିଲାର ହେବେ କାରଣ ସେ ପରେ ପ୍ରଜାପତି ହୋଇପାରିବେ।
/wp:heading {"id":368810,"sizeSlug":"large"}
wp:heading {"level":5}
କିୟାରା ଏହି ସମୟରେ ମଧ୍ୟ କହିଥିଲେ ଯେ ଯେତେବେଳେ ସେ କଲେଜରେ ପଢ଼ୁଥିଲେ ସେତେବେଳେ ନିଜ କ୍ଲାସମେଟ୍ ସହ ଏକ ଟ୍ରିପରେ ଯାଇଥିଲେ। ଟ୍ରିପରେ ତାଙ୍କ ରୁମରେ ନିଆଁ ଲାଗି ଯାଇଥିଲା। ସେ ଭାବିଥିଲେ ସେହି ଦିନ ତାଙ୍କ ଜୀବନର ଶେଷ ଦିନ ହେବ।
/wp:heading {"id":368811,"sizeSlug":"large"}
wp:heading {"level":5}
ଏକ ସାକ୍ଷାତକାରରେ କିୟାରା କହିଥିଲେ ଯେ,ସେ ଦଶମ ଶ୍ରେଣୀର ଥିବାବେଳେ ପ୍ରଥମ ଥର ରିଲେସନଶିପରେ ଆସିଥିଲେ। ସେତେବେଳେ ତାଙ୍କ ମାଆ ତାଙ୍କୁ ଫୋନରେ କଥା ହେଉଥିବାବେଳେ ଦେଖି ଦେଇଥିଲେ। ତାଙ୍କ ମାଆ କହିଥିଲେ ଯେ ତୁମ ବୋର୍ଡ଼ ଏକ୍ସାମ୍ ଆସୁଛି ତୁମେ ପାଠପଢ଼ାରେ ମନ ଦିଅ।
/wp:heading {"id":368812,"sizeSlug":"large"}
wp:heading {"level":5}
କିୟାରା ଏହା ମଧ୍ୟ କହିଥିଲେ ଯେ ତାଙ୍କ ମାଆ ବାପାଙ୍କ ଲଭ ମ୍ୟାରେଜ ହୋଇଛି। ସେମାନେ ପରସ୍ପରର ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ ଥିଲେ। ଆମେ ଘରେ ବହୁତ ପ୍ରେମ ଭରା ମାହୋଲ୍ ଦେଖିଛୁ। ସେ ଯାହାକୁ ଡେଟ୍ କରୁଥିଲେ ତାଙ୍କୁ ହିଁ ବିବାହ କରିବେ ବୋଲି ଭାବୁଥିଲେ। ସେଥିପାଇଁ ସେ ପ୍ରେମ ଏବଂ ବିବାହରେ ବିଶ୍ବାସ କରନ୍ତି।
/wp:heading {"id":368813,"sizeSlug":"large"}
wp:heading {"level":5}
କିୟାରାଙ୍କୁ ଯେତେବେଳେ ପଚରାଯାଇଥିଲା ଯେ ସେ ରିଲେସନଶିପରେ କ’ଣ ସହି ପାରିବେ ନାହିଁ? କିୟାରା ଉତ୍ତରରେ କହିଥିଲେ ଯେ ସେ କୌଣସି ପ୍ରକାରର ଦୁର୍ବବ୍ୟବହାର ସହି ପାରିବେ ନାହିଁ।
/wp:heading {"id":368814,"sizeSlug":"large"}
wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.