ସିଦ୍ଧାର୍ଥଙ୍କ ପାଇଁ କିଆରା କଲେ ରୋମାଣ୍ଟିକ୍ ପୋଷ୍ଟ , ଫଟୋକୁ ନେଇ ସବୁଠି ଚର୍ଚ୍ଚା…

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ ୧୮।୦୧: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିକଟରେ ନିଜର ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ‘ଶେରଶାହ’ ଫିଲ୍ମରୁ ଦୁହେଁ ବହୁତ ପ୍ରଶଂସା ପାଇଛନ୍ତି । ତେବେ ଏହାରି ଭିତରେ ଜଣେ ବହୁତ ଖାସ୍‌ ବ୍ୟକ୍ତି ସିଦ୍ଧାର୍ଥଙ୍କୁ ରୋମାଣ୍ଟିକ୍ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସିଦ୍ଧାର୍ଥ ମଲହୋତ୍ରାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ କିଆରା ଆଡଭାନୀ ନିଜ ଇନଷ୍ଟା ଷ୍ଟୋରୀରେ ଏକ ରୋମାଣ୍ଟିକ ଫଟୋ ସେୟାର କରି ତାଙ୍କ ପ୍ରିୟର ସିଡଙ୍କୁ ସୁନ୍ଦର ଭାବେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

କିନ୍ତୁ କିଆରା ଯେଉଁ ଫଟୋ ସେୟାର କରିଛନ୍ତି, ଏହା କୌଣସି ଫିଲ୍ମର ସୁଟିଂ ସମୟର ନୁହେଁ, ବରଂ ଏହା ଏକ ରିୟଲ ଲାଇଫ୍‌ ରୋମାଣ୍ଟିକ ଫଟୋ, ଯେଉଁଥିରେ କିଆରା ଆଡଭାନୀ ଓ ସିଦ୍ଧାର୍ଥ ବହୁତ ରୋମାଣ୍ଟିକ ମୁଡ୍‌ରେ ନଜର ଆସୁଛନ୍ତି। ଦୁହେଁ ଏକାଠି ବସିଥିବା ସହ ଖୁସିଥିବାର ଦେଖା ଯାଉଛନ୍ତି। ଏହା ବ୍ୟତୀତ ଫଟୋରେ କ୍ୟାପସନ ମଧ୍ୟ ଖାସଦ ଦିଆଯାଇଛି । କିଆରା ଆଡଭାନୀ ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, ‘ହାପି ହାପି ବାର୍ଥଡେ’ ମୋର ଅତି ପ୍ରିୟ ବ୍ୟକ୍ତି। ଏହା ସହ କିଆରା ଗୋଟିଏ ରେଡ୍‌ ହାର୍ଟର ଇମୋଜି ଦିଆଯାଇଛି । ସୋସିଆଲ ମିଡିଆରେ କିଆରା ଆଡଭାନୀଙ୍କର ଏଭଳି ଖୁଲମ୍‌ଖୁଲା ପୋଷ୍ଟ କେଉଁ ଆଡ଼କୁ ଈଶାରା କରୁଛି, ତାହାକୁ ନେଇ ଫ୍ୟାନମାନଙ୍କ ଉତ୍ସାହ ବଢ଼ି ଯାଇଛି । ଫ୍ୟାନମାନଙ୍କ ପାଇଁ ଏହି ଫଟୋଟି ବହୁତ ଖାସ୍‌ ରହିଛି।

wp:gallery {"ids":[575752],"linkTo":"none"} /wp:gallery

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୁହାଯାଉଛି ଯେ ଦୁଇଜଣ ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ଏହି ବର୍ଷ ହିଁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି। କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ଫିଲ୍ମ ‘ଶେରଶାହ’ରେ ଏକାଠି ନଜର ଆସିଥିଲେ। ଉଭୟଙ୍କ ଯୋଡ଼ିକୁ ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଥିଲେ। ହେଲେ ଦୁହେଁ ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କକୁ ନେଇ ଅଫିସିଆଲି ଭାବେ ଘୋଷଣା କରି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.