୨୯ ବର୍ଷରେ ପାଦ ଦେଲେ ଅଭିନେତ୍ରୀ କିଆରା ଆଡଭାନୀ ; ଏମିତି ଥିଲା ବଲିଉଡ ବିୟୁଟି କୁଇନ୍‌ଙ୍କ ଜର୍ଣ୍ଣି

Published By : Prameya-News7 Bureau | July 31, 2021 IST

ମୁମ୍ବାଇ ୩୧/୦୭ : କିଆରା ଆଡଭାନୀ ବଲିଉଡ୍ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡିର ଅଭିନେତ୍ରୀ । ମାତ୍ର କିଛି ବର୍ଷ ମଧ୍ୟରେ ସେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । କିଆରା ଜଣେ ଏଭଳି ଅଭିନେତ୍ରୀ ଯିଏକି ଖୁବ୍ କମ୍ ସମୟରେ ନିଜର ଏକ ଖାସ୍ ପରିଚୟ ସୃଷ୍ଟି କରି ପାରିଛନ୍ତି । ତାଙ୍କର ସରଳ ବ୍ୟବହାର ସହ ସୁନ୍ଦର ଅଭିନୟ ଯୋଗୁଁ ପ୍ରଶଂସକଙ୍କ ହୃଦୟରେ ରାଜ କରୁଚନ୍ତି କିଆରା। ତାଙ୍କ କହିବାର ଅନ୍ଦାଜ୍ ଓ ତାଙ୍କ ଡ୍ରେସିଙ୍ଗ୍ ସେନ୍ସ୍ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ୧୯୯୨ ମସିହା ଜୁଲାଇ ୩୧ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ କିଆରା ଆଡଭାନୀ । ଆଜି ସେ ତାଙ୍କର ୨୯ ତମ ଜନ୍ମ ଦିନ ପାଳନ କରୁଛନ୍ତି ।

କିଆରା ୨୦୧୪ରେ ବଲିଉଡ୍ ଫିଲ୍ମ ଫଗଲି ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ବଲିଉଡ୍ କୁ ଆସିବା ପାଇଁ ସେ ନିଜର ନାଁ ବଦଲାଇଥିଲେ । କିଆରାଙ୍କ ଅସଲ ନାମ କିଆରା ନୁହେଁ ବରଂ ଆଲିଆ ଆଡଭାନୀ । ଏମିତିରେ ବି ବଲିଉଡ୍ ରେ ଆଲିଆ ଭଟ୍ଟ ନିଜର ସ୍ଥାନ ଅଧିକାର କରି ସାରିଥିଲେ । ସେଥିପାଇଁ ସଲମାନ ଖାନ୍ ତାଙ୍କୁ ନାମ ବଦଳାଇବାକୁ କହିଥିଲେ । ସାଧାରଣତଃ କହିବାକୁ ଗଲେ କିଆରାଙ୍କ ପରିବାର ଫିଲ୍ମ ଦୁନିଆ ସହ ଜଡିତ ରହିଛନ୍ତି । କିଆରାଙ୍କ ମାଉସୀ ସାହିନ ଜାଫରି ଜଣେ ଲୋକପ୍ରିୟ ମଡେଲ । ଏହା ସହିତ ଜୁହି ଚାଓ୍ବଲା ମଧ୍ୟ କିଆରାଙ୍କ ସମ୍ପର୍କୀୟ ।

୨୦୧୬ରେ କିଆରା ନିରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଫିଲ୍ମ ଏମ.ଏସ.ଧୋନି ; ଦ ଅନଟୋଲ୍ଡ ଷ୍ଟୋରୀରେ ନଜର ଆସିଥିଲେ ଯେଉଁଥିରେ ସେ ଧୋନୀଙ୍କ ପତ୍ନୀ ଭୂମିକାରେ ଥିଲେ । ଫିଲ୍ମ କବୀର ସିଂ ରେ ନିଖୁଣ ଅଭିନୟ ପାଇଁ ବେଶ ପ୍ରଶଂସା ସାଉଁଟିବା ସହିତ ଲୋକପ୍ରିୟତା ହାସଲ କରିପାରିଥିଲେ । ଫିଲ୍ମରେ ପ୍ରୀତି ସିକ୍କା ଚରିତ୍ରରେ ନଜର ଆସିଥିଲେ । କିଆର ତାଙ୍କର ପ୍ରଫେସନାଲ ଲାଇଫ୍ ସହ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି । କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା ବେଳେ ଉଭୟଙ୍କୁ ଅନେକ ଜାଗାରେ ସ୍ପଟ୍ କରାଯାଇଛି । ହେଲେ ଏନେଇ ଦୁଇ ଜଣ ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ଘୋଷଣା କରି ନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.