୨୫ ହଜାର ଟଙ୍କାରେ ଆଜି ବୁକ୍ କରନ୍ତୁ କିଆ ସୋନେଟ୍, ଆସନ୍ତା ମାସରେ ଆସିଯିବ ବଜାର, ଏହି କାର ଦେବ ଅନ୍ୟ କମ୍ପିଟେଟରଙ୍କୁ କଡା ଚ୍ୟାଲେଞ୍ଜ୍

Published By : Prameya-News7 Bureau | August 20, 2020 IST

ନୂଆଦିଲ୍ଲୀ, ୨୦|୦୮:  କିଆ ମୋଟର୍ସର ଏସୟୁଭି ସୋନେଟକୁ ଆସନ୍ତା ମାସରେ ଲଞ୍ଚ୍ କରିବାକୁ ଯାଉଛି । ସର୍ବପ୍ରଥମେ କମ୍ପାନୀ ଏହାର ବୁକିଂ ଆରମ୍ଭ କରିଛି । ଯଦି ଆପଣ ଏହି କାର୍‌କୁ କିଣିବାକୁ ଚାହୁଁଥିଲେ ମାତ୍ର ୨୫ ହଜାର ଟଙ୍କାରେ ଏହାକୁ କିଣିପାରିବେ । କମ୍ପାନୀର ଓ୍ୱେବସାଇଟ୍ ଏବଂ ସୋରୁମରେ ଏହାର ପ୍ରି ବୁକିଂ ଆରମ୍ଭ ହୋଇଯାଇଛି । ଏହି କାର୍‌ର ଦାମ୍ ୮ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି ।

ଭାରତୀୟ କାର୍ ବଜାରକୁ ନେଇ କିଆ ମୋଟର୍ସ ବହୁତ ସିରିୟସ୍ ରହିଛି । ତେଣୁ ସୋନେଟରେ ଅନେକ ପ୍ରିମିୟମ କ୍ୱାଲିଟି ପ୍ରଦାନ କରାଯାଇଛି । ଏହି ଏସୟୁଭିରେ ଡିଜାଇଲ ଆକର୍ଷଣୀୟ ରହିଛି । ଏହାର ଫ୍ରଣ୍ଟରେ ଟାଇଗର୍ ନୋଜ୍ ଗ୍ରିଲ, ସ୍କିଡ୍ ପ୍ଲେଟ ଟର୍ବୋ ସେପଡ୍ ଦେଖିବାକୁ ମିଳିବ । ଏହା ବ୍ୟତୀତ କାର୍‌ରେ କ୍ରାଉନ୍ ଜ୍ୱେଲ୍ ଏଲଇଡି ଲାଇଟ୍ ହେଡଲାମ୍ପସ୍, ଏଲଇଡି ଟେଲ୍ ଲାମ୍ପସ୍, ଆଲୟ ହ୍ୱିଲ୍ ଆଦି ରହିଛି ।

ଏହି ଏସୟୁଭିରେ ୧୦.୨୫ ଇଞ୍ଚର କନେକ୍ଟେଡ୍ ପ୍ୟାନେଲ୍ ଟାଇପ୍ ଏଚଡି ଡିସପ୍ଲେ ସିଷ୍ଟମ ରହିଛି । ଆପଲ୍ କାର୍ ପ୍ଲେ ସପୋର୍ଟ ମଧ୍ୟ ଦିଆଯାଇଛି । ଏଥିରେ ବୋସ୍‌ର ୭ ସ୍ପିକର୍ସ ସହ ସବ୍ ଓଫର୍ ଦିଆଯାଇଛି । ଏଥିରେ ଭେଣ୍ଟିଲେଟେଡ୍ ଡ୍ରାଇଭର୍ ଓ ଫ୍ରଣ୍ଟ ପାସେଞ୍ଜର୍ ସିଟ୍ ମଧ୍ୟ ପ୍ରଦାନ କରାଯାଇଛି । ଏହାଏକ କନେକ୍ଟେଡ୍ କମ୍ପୋନେଣ୍ଟ୍ ଏସୟୁଭି । ଏହାସହ ୬ଟି ଏୟାରବ୍ୟାଗ୍ ମଧ୍ୟ ରହିଛି । ଏବିଏସ, ଇବିଡି ଭଳି ସୁବିଧା ରହିଛି । ପାର୍କିଂ ସେନସର୍ ମଧ୍ୟ ପ୍ରଦାନ କରାଯାଇଛି ।

ଏହି କାର୍‌ର ଦାମ୍ ୮ ଲକ୍ଷରୁ ୧୨ ଲକ୍ଷ ମଧ୍ୟରେ ରହିବ । ଏହାର ଇଞ୍ଜିନ୍ ୧୦୩ ବିଏଚପି ପାଓ୍ୱାର ଓ ୧୩୮ ଏନଏମ ଟର୍କ ଜେନେରେଟ୍ କରିଥାଏ । ଏହା ୧୭ କିମି ମାଇଲେଜ୍ ପ୍ରଦାନ କରିବ ବୋଲି କମ୍ପାନୀ ଦାବି କରୁଛି ।

ଏହି କାର୍‌କୁ ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଥିବା ଫାକ୍ଟ୍ରିରେ ତିଆରି କରାଯାଇଛି । ଏହାଠୁ କାର୍‌କୁ ଅନ୍ୟ ଦେଶକୁ ରପ୍ତାନୀ କରାଯିବ । ଏହା ମେଡ୍ ଇନ୍ ଇଣ୍ଡିଆ କାର୍ ଅଟେ । ଏହି କାର୍ ମାରୁତି ସୁଜୁକିର ବ୍ରିଜା ସହ ଟକ୍କର ଦେବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.