ଖଵାଲା ଡବଲ ମର୍ଡର ଘଟଣା : ଦୁଇ ମାସ ପୂର୍ବରୁ ହତ୍ୟାକାଣ୍ଡର ଯୋଜନା ପ୍ରସ୍ତୁତ କରିଥିଲା ଅଭିଯୁକ୍ତ

Published By : Prameya-News7 Bureau | January 18, 2019 IST

ଦିଲ୍ଲୀ ୧୮/୧ : ପଶ୍ଚିମ ଦିଲ୍ଲୀର ଖ୍ବାଲା ଅଂଚଳରେ ପାଣି ବୋତଲ ପଡିଯିବା ଯୋଗୁଁ ହୋଇଥିବା ବଚସା ଏବଂ ସେହି ଘଟଣାକୁ ନେଇ ବୁଧବାର ଦିନ ହୋଇଥିବାମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି |

ବୁଧବାର ହୋଇଥିବା ହତ୍ୟାକାଣ୍ଡ ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି | ଅଭିଯୁକ୍ତ ପ୍ରଥମେ ସୁନିତାଙ୍କୁ ହତ୍ୟା କରିଥିଲା, ପରେ ସୁନିତାଙ୍କ ସ୍ୱାମୀ ଏବଂ ପୁଅକୁ ଆକ୍ରମଣ କରିଥିଲା | ବାପା ପୁଅଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ସୁନିତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି | ତାଙ୍କ ପୁଅ ଆକାଶଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି | ମୃତ ସୁନିତାଙ୍କର ୪ ପୁଅଝିଅ | ବାପା ମା'ଙ୍କ ମୃତ୍ୟୁ ପରେ ୧୦ ବର୍ଷ ବୟସ୍କ ଅମନ, ୧୭ ବର୍ଷ ବୟସ୍କ ଆକାଶ ଏବଂ ୬ ବର୍ଷ ବୟସ୍କା ଖୁସି ଅନାଥ ହୋଇଯାଇଛନ୍ତି | ସବୁଠାରୁ ବଡ ଝିଅ ଖୁସବୁଙ୍କ ବିବାହିତା | ତାଙ୍କ ବୟସ ୧୯ ବର୍ଷ | ଖୁସବୁ ଏହି ହତ୍ୟାକାଣ୍ଡର ଜଣେ ମାତ୍ର ମୁକସାକ୍ଷୀ |

ସୂଚନାଯୋଗ୍ୟ ଯେ, ମୃତ ସୁନିତାଙ୍କ ସାନ ପୁଅ ଏବଂ ଝିଅ ଛାତ ଉପରେ ଖେଳୁଥିବାବେଳେ ଏକ କୋଲ୍ଡ ଡ୍ରିଙ୍କ ବୋତଲ ଆଜାଦର ଚାଳ ଉପରେ ପଡିଯାଇଥିଲା |ବାହାରକୁ ବାହାରି ଆଜାଦ ପିଲାଙ୍କୁ ଏବଂ ପଡୋଶୀଙ୍କୁ ଗାଳିଗୁଲଜ କରିଥିଲା | ଏହାସହ ପଡୋଶୀଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା | ପିଲାଙ୍କୁ ଗାଳି କରିବା କଥାକୁ ନେଇ ସୁନିତା ବିରୋଧ କରିଥିଲେ | ପୋଲିସ ପହଂଚି ମାମଲାକୁ ଶାନ୍ତ କରିଥିଲା |

ପୁଣି ଏହି ଘଟଣାକୁ ନେଇ ବୁଧବାର ସନ୍ଧ୍ୟାରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା | ବଚସା ସମୟରେ ମହମ୍ମଦ ଆଜାଦ ଏକ ମାଂସ କଟା ଚାପଡ଼ରେ ସୁନିତା, ତାଙ୍କ ପତି ଓ ପୁଅ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା | ଆକ୍ରମଣ ପରେ ଆଜାଦ ଫେରାର ହୋଇଯାଇଛି |

{"id":75409,"width":585,"height":440}

ଖୁସବୁଙ୍କ ଶାଶୂଘର ଆଗ୍ରାରେ | ସେ ବର୍ତମାନ ୫ ମାସର ଗର୍ଭବତୀ | ରବିବାର ଦିନ ସେ ନିଜ ମା ଘରକୁ ଆସିଥିଲେ | ସୁନିତାଙ୍କ ପରିବାରକୁ ହତ୍ୟା କରିବା ପାଇଁ ଆଜାଦ ଦୁଇ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲା |

ଖୁସବୁ କହିଛନ୍ତି ଯେ, ବୁଧବାର ସନ୍ଧ୍ୟାରେ ତାଙ୍କ ମା ସୁନିତା ଗଳି ମୁହଁ ଦୋକାନରୁ କିଛି ଜିନିଷ କିଣାକିଣି କରି ଘରକୁ ଫେରୁଥିବାବେଳେ ଆଜାଦ ତାଙ୍କୁ ଦେଖି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲା | ସୁନିତା ଘରର ଗେଟ ପାଖରେ ଛିଡା ହୋଇ ସ୍ୱାମୀ ଏବଂ ପୁଅକୁ ଶୀଘ୍ର ମୋବାଇଲ ନେଇ ଆସିବାକୁ କହିଥିଲେ | ଏହାସହ କହିଥିଲେ ଯେ, ଶୀଘ୍ର ମୋବାଇଲ ନେଇକି ଆସ ପୋଲିସକୁ ଫୋନ କରିବାର ଅଛି | ଏହାପରେ ସୁନିତାଙ୍କ ସ୍ୱାମୀ ବିରୁ ଅଭିଯୁକ୍ତର କବାଟ ଖଟଖଟ କରି ବାହାରକୁ ବାହାରିବା ପାଇଁ କହିଥିଲେ | ବିରୁର ଆବାଜ ଶୁଣି ଅଭିଯୁକ୍ତ ମାଂସ କଟା ଛୁରୀ ନେଇ ଘର ଭିତରୁ ବାହାରି ସିଧା ଆକାଶ ପେଟରେ ଭୁସି ଦେଇଥିଲା | ଏହାପରେ ବିରୁଙ୍କୁ ଆକ୍ରମଣ କରିଥିଲା |

ସୁନିତା ଅଭିଯୁକ୍ତକୁ ମାରିବା ପାଇଁ ଏକ ଇଟାରେ ଉଠାଇବାରୁ ସେ ସୁନିତାଙ୍କ ପେଟରେ ମଧ୍ୟ ଛୁରୀ ଭୁସି ଦେଇଥିଲା | ବାପା ମା ଏବଂ ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିଲେ | ଏସବୁ ଦେଖି ୫ ମାସର ଗର୍ଭବତୀ ଥିବା ଖୁସବୁ ସାନ ଭଉଣୀ ଖୁସିକୁ ସାଙ୍ଗରେ ଧରି ଜୀବନ ବିକଳରେ ସେହି ସ୍ଥାନରୁ ଦୌଡ଼ି ପଳାଇଥିଲା | ସେ ଲୋକଙ୍କୁ ବହୁତ ନିବେଦନ କରିଥିଲେ ତାଙ୍କ ବାପା ମା ଏବଂ ଭାଇକୁ ବଞ୍ଚାଇବା ପାଇଁ | କିନ୍ତୁ କେହି ବି ସାମ୍ନାକୁ ଆସିନଥିଲେ | ବରଂ ସମସ୍ତେ ଭିଡିଓ ରେକର୍ଡିଙ୍ଗ କରିବାରେ ବ୍ୟସ୍ତ ଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ବିରୁ, ସୁନିତା ଏବଂ ଆକାଶଙ୍କୁ ଗୁରୁ ଗୋବିନ୍ଦ ସିଂ ହସ୍ପିଟାଲରେ ଭର୍ତ୍ତି କରିଥିଲା ଏବଂ ଖୁସବୁ, ଖୁସିକୁ ଉଦ୍ଧାର କରିଥିଲା | ଗୁରୁବାର ଦିନ ପୋଲିସ ଯଖିରା ଅଂଚଳରୁ ଅଭିଯୁକ୍ତକୁ ଗିରଫ କରିଛି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.