ପ୍ରେରଣାଦାୟୀ ଖୁସି: ଭବିଷ୍ୟତ ପାଇଁ ମେଧାବୀ ବିକୁଛନ୍ତି ଚା'

Published By : Prameya-News7 Bureau | March 31, 2021 IST

ଆହ୍ଲାବାଦ ୩୧/୦୩: ଜୀବନରେ ସମସ୍ତଙ୍କର କିଛି ନା କିଛି ସମସ୍ୟା ରହିଥାଏ । କିଛି ଲୋକ ଏହା ସହିତ ଲଢିଥାନ୍ତି, ଆଉ କିଛି ନିରାଶ ହୋଇ ନିଜର ପୁରା ଜୀବନ ବିତାଇ ଦେଇଥାନ୍ତି । ପ୍ରାୟ ସମସ୍ତଙ୍କ ପାଖରେ ଅର୍ଥର କୌଣସି ନା କୌଣସି ସମସ୍ୟା ରହିଥାଏ । ଯାହାଫଳରେ , ବେଳେବେଳେ ମଣିଷକୁ ନିଜ ପାଇଁ ଏବଂ ନିଜର ପରିବାର ପାଇଁ ଅନେକ ଥର ବଳିଦାନ ଦେବାକୁ ପଡିଥାଏ, ଯାହାକୁ ସେ କେବେ ସ୍ୱପ୍ନରେ ବି ସୁଦ୍ଧା ଭାବିନଥାଏ । ତେବେ ଚାଲନ୍ତୁ ଜାଣିବା ଏପରି ଏକ ଝିଅର କାହାଣୀ  ଯାହା ଯୁବକମାନଙ୍କ ପାଇଁ କୌଣସି ପ୍ରେରଣାଠାରୁ କମ୍ ନୁହେଁ ।

{"id":430981,"width":590,"height":384,"sizeSlug":"large","linkDestination":"none"}

ଆହ୍ଲାବାଦରେ ରହୁଥିବା ଝିଅ ଖୁସି ।  ଖୁସିଙ୍କର ବାପା ନାହାଁନ୍ତି ଏବଂ ବାପା ଚାଲିଗଲା ପରେ ତାଙ୍କୁ ତାଙ୍କର ପାଠପଢା ଜାରି ରଖିବା ପାଇଁ ଏକ ଚା ଦୋକାନ ଖୋଲିବାକୁ ପଡିଥିଲା । ଯଦି ଖୁସି ବଦଳରେ ଅନ୍ୟ କେହି ଥାଆନ୍ତେ, ତେବେ ସେ ନିଜ ଭାଗ୍ୟକୁ ନିନ୍ଦି ସେମିତି ପଡିରହିଥାନ୍ତେ, କିନ୍ତୁ ଖୁସି ଭାଙ୍ଗିନଯାଇ ପରିସ୍ଥିତି ସହିତ ଲଢିବାକୁ ମନସ୍ଥ କରିଥିଲେ ।

{"width":588,"height":441}
Allahabad University UGAT Result- Cutoff To Be Released Today Soon Check  Counseling Date » Rojgar Samachar | Govt Jobs News, University Exam  Results, Time Table, Admit Card and Rojgar Results

ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଛାତ୍ରୀ ଖୁସି । ତାଙ୍କ ଜୀବନରେ ସବୁକିଛି ଠିକ୍ ଚାଲିଥିଲା, କିନ୍ତୁ ଦିନେ ବାପାଙ୍କ ମୃତ୍ୟୁ ତାଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥିଲା । ବାପା ଚାଲିଯିବା ପରେ ମାଆଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାକୁ ଲାଗିଲା । ଗୋଟିଏ ପଟେ ବାପାଙ୍କୁ ହରାଇବାର ଦୁଃଖ  ଅନ୍ୟ ପଟେ ମାଆର ସ୍ୱାସ୍ଥ୍ୟ ଚିନ୍ତା, କିନ୍ତୁ ତଥାପି ଖୁସି ତାଙ୍କ ସାହସକୁ ବଜାୟ ରଖିଥିଲେ ।

ଖୁସି ପାଠ ପଢାରେ ଭଲ ପ୍ରଦର୍ଶନ କରି ସର୍ବଦା ଆଗରେ ରହିଆସିଛନ୍ତି । ବାପାଙ୍କ ମୃତ୍ୟୁ ପରେ ପାଠ ପଢା ବନ୍ଦ ହୋଇଯିବାର ଡର ଖୁସୀଙ୍କୁ ଥିଲା । ତେଣୁ ସେଥିଲାଗି ସେ ଚା ଦୋକାନ ଖୋଲିଥିଲେ । ଏହି ଦେକାନରୁ ସେ ଯାହା କିଛି ରୋଜଗାର କରନ୍ତି, ସେଥିରେ ସେ ପାଠପଢା ସହିତ ପରିବାରର ଖର୍ଚ୍ଚ ମଧ୍ୟ ବହନ କରନ୍ତି ।

{"width":580,"height":624}
PunjabKesari

ଖୁସିଙ୍କ ଏହି ଦୋକାନର ନାମ ହେଉଛି ଷ୍ଟୁଡେଣ୍ଟ ଟି ପଏଣ୍ଟ । ସେ ଦିନରେ ସମସ୍ତ କାମ ଶେଷ କରି ସନ୍ଧ୍ୟା ସମୟରେ ଚା ଦୋକାନ ଖୋଲିଥାନ୍ତି । ପ୍ରାୟ ୩ ରୁ ୪ ଘଣ୍ଟା ସେ ଦୋକାନରେ ଚା ବିକ୍ରି କରିଥାନ୍ତି । ଖୁସିଙ୍କ ଯାତ୍ରା ବହୁତ କଷ୍ଟସାଧ୍ୟ, କିନ୍ତୁ ତାଙ୍କର ଏହି ଯାତ୍ରାରେ ସାଙ୍ଗମାନେ ମଧ୍ୟ ସର୍ବଦା ସମର୍ଥନ କରିଥାନ୍ତି । ଯାହାଫଳରେ ସେ ନିଜକୁ କେତେବେଳେ ଏକା ଅନୁଭବ କରନ୍ତି ନାହିଁ ।

ଖୁସିଙ୍କର କେବଳ ଗୋଟିଏ ସ୍ୱପ୍ନ, ଆଗାମୀ ସମୟରେ ସେ ଆଇଏସ୍ କିମ୍ଭା ପିସ୍ଏସ୍ ଜଏନ୍ କରିବେ । ପ୍ରକୃତରେ ଖୁସି ଆଜି ସମସ୍ତଙ୍କ ପାଇଁ ଏକ ଉଦାହରଣ । ବିଶେଷକରି ଯେଉଁମାନେ ଜୀବନରେ ଶୀଘ୍ର ହାର ମାନିନେଇଥାନ୍ତି ଏବଂ ପରିସ୍ଥିତିର ମୁକାବିଲା କରିବା ପରିବର୍ତ୍ତେ ନିଜକୁ ଦୁର୍ବଳ କରିଦେଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.