Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଆମେରିକାରୁ ଫେରିଲେ ଖୁସି କପୁର : ଗାଡିରେ ବସୁ ବସୁ କଣ କଲେ ଜାଣନ୍ତୁ

14/03/2020 at 4:21 PM

ମୁମ୍ବାଇ ୧୪/୦୩ : କରୋନା ଯୋଗୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି | ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପରେ ଅନେକ ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡିକୁ ବନ୍ଦ କରିଦିଆଯାଇଛି | ଏହି ଖବର ପ୍ରସାରଣ ହେବାର କିଛି ସମୟ ପରେ ବୋନି କପୁର ଝିଅ ଖୁସିଙ୍କ ସହ ବିମାନବନ୍ଦରରେ ନଜର ଆସିଥିଲେ | ଖୁସି କପୁର ଆମେରିକା ପଢୁଛନ୍ତି | କରୋନା ଯୋଗୁଁ ଆମେରିକାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଦିଆଯାଇଥିବାରୁ ଖୁସି ଭାରତ ଫେରି ଆସିଥିବା ଆଶଙ୍କା କରାଯାଉଛି |

ତାଙ୍କୁ ଆଜି ମୁମ୍ବାଇ ବିମାନବନ୍ଦରରେ ବାପା ବୋନି କପୁରଙ୍କ ସହ ଦେଖିବାକୁ ମିଳିଥିଲା | ବିମାନବନ୍ଦରରୁ ଗାଡିରେ ବସିବା ମାତ୍ରେ ସେ ନିଜ ହାତକୁ ସାନିଟାଇଜରରେ ସଫା କରିଥିଲେ | କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସେ ମଧ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି |  

ସେ ସାମାନ୍ୟ ଗ୍ରେ ରଙ୍ଗର ପ୍ୟାଣ୍ଟ ସହ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ | ସେ ଆମେରିକାର ନ୍ୟୁୟର୍କ ଫିଲ୍ମ ଏକାଡେମୀରେ ପଢୁଛନ୍ତି | ବୋନି କପୁରଙ୍କ ବଡ ଝିଅ ତଥା ଖୁସିଙ୍କ ବଡ ଭଉଣୀ ଜାହ୍ନବୀ କପୁର ବଲିଉଡ ଫିଲ୍ମ ‘ଧଡକ’ରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ | 

ଖୁସି କପୁର ମଧ୍ୟ ବହୁତ ଶୀଘ୍ର ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି | ତେବେ ବଲିଉଡ ଜଗତ କରୋନା ପାଇଁ ଅନେକ ପ୍ରଭାବିତ ହୋଇଛି | ପରିସ୍ଥିତି ସୁଧୁରିବ ପାଇଁ କେତେ ସମୟ ଲାଗୁଚି ତାକୁ ଅପେକ୍ଷା ରହିଲା |

   Related Posts