କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଖୁସବୁ କହିଲେ- ବିନମ୍ରତା ଚୁଲିକୁ ଯାଉ, ମୁଁ ବୋଲ୍ଡ, ସୁନ୍ଦର ଓ ସାହସୀ ମହିଳା

Published By : Prameya-News7 Bureau | October 13, 2020 IST

ଚେନ୍ନାଇ ୧୩।୧୦: ଦକ୍ଷିଣ ଭାରତୀୟ ଫିଲ୍ମର ଅଭିନେତ୍ରୀ ଖୁସବୁ ସୁନ୍ଦର ଡିଏମକେ ଛାଡି କଂଗ୍ରେସ ଆସିଥିଲେ ଏବଂ ଏବେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ପ୍ରାୟ ୧୦ ବର୍ଷ ହେବ ରାଜନୀତିକୁ ଆସିଥିବା ଖୁସବୁ ସର୍ବଦା ବିବାଦ ଘେରରେ ରହି ଆସିଛନ୍ତି। ଅନେକ ପ୍ରକାରର ଉତ୍‌ଥାନ ପତନ ସତ୍ଵେ ଖୁସବୁ ରାଜନୀତିରେ ନିଜର ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ଖୁସବୁ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ନିଜର ଖରାପ ଅନୁଭବ, ରାଜନୀତିରୁ ମିଳିଥିବା ଶିକ୍ଷା ଓ ଅନ୍ୟ ଦିଗ ଉପରେ ମୁହଁ ଖୋଲି କହିଛନ୍ତି।

କଂଗ୍ରେସ ଛାଡିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ମୁଁ ଏହି ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହିଁ। ମୁଁ କଂଗ୍ରେସ ଏଥିପାଇଁ ଛାଡିଲି କାରଣ ସେମାନଙ୍କର କାର୍ଯ୍ୟପ୍ରଣାଳୀରେ ଖୁସି ନଥିଲି। କଂଗ୍ରେସ ପାର୍ଟି ଏବେ ବଦଳି ଯାଇଛି। ପାର୍ଟିର ଲୋକ ବଦଳି ଗଲେଣି ଏବଂ ସେମାନଙ୍କର ବିଚାରରେ ମଧ୍ୟ ପରିବର୍ତ୍ତନ ଆସିଛି। ଖୁସବୁ କହିଛନ୍ତି କଂଗ୍ରେସ ମୋତେ ଦାୟିତ୍ଵ ଦେବା କଥା ଗତ ଚାରି ବର୍ଷ ଧରି କହି ଚାଲିଥିଲେ। କିନ୍ତୁ ସ୍ଥାନୀୟ ନେତା ମୋ ପ୍ରତି ଖରାପ ବ୍ୟବହାର କରୁଥିଲେ। ଏସବୁ ପରେ ବି ଦଳୀୟ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ।

{"id":343687,"sizeSlug":"large"}

ଖୁସବୁ କଂଗ୍ରେସ ଛାଡିବା ପରେ କହିଛନ୍ତି ସେ ନେତା ନୁହେଁ ଜଣେ ଅଭିନେତ୍ରୀ। ସେ ପଦ୍ମରେ ସିଞ୍ଚନ କରିବା ପାଇଁ ଆସିଛନ୍ତି। ମୁଁ ଦିନ ଥିଲା ଜଣେ ଅଭିନେତ୍ରୀ ଥିଲି ମାତ୍ର ତାମିଲନାଡୁ କଂଗ୍ରେସ କମିଟି ସଭାପତି କେଏସ ଅଲାଗିରିଙ୍କୁ ତ କେହି ଜାଣନ୍ତି ନାହିଁ। ମୁଁ ଭିଡ ଜୁଟାଇ ପାରିବି କିନ୍ତୁ ଅଲାଗିରି ନୁହେଁ। ଅଲାଗିରିଙ୍କ ମହିଳାଙ୍କ ପ୍ରତି ବ୍ୟବହାର ଠିକ୍ ନୁହେଁ। ମୋ ପାଇଁ ନମ୍ରତା ଚୁଲିକୁ ଯାଉ, ମୁଁ ଜଣେ ବୋଲ୍ଡ, ସୁନ୍ଦର ଏବଂ ସାହସୀ ମହିଳା।

ଖୁସବୁ କହିଛନ୍ତି ତାଙ୍କ ବିଚାରଧାରା ହେଉଛି ଲୋକଙ୍କ ସେବା କର ଏବଂ ଦେଶ ପାଇଁ କାମ କର। ଲୋକେ ମୋତେ କହୁଛନ୍ତି ମୁଁ ଜଣେ ସୁବିଧାବାଦୀ ମାତ୍ର କେବେ  ବି କୌଣସି ପାର୍ଟିକୁ ଯାଇ ପଦ ଯାଚିନାହିଁ। ଧର୍ମ ନିରପେକ୍ଷତା ପ୍ରତି ମୋର ଆଭିମୁଖ୍ୟ ବଦଳି ନାହିଁ। ମୁଁ ବିଜେପିରେ ଏଥିପାଇଁ ଯୋଗଦେଲି କାରଣ ମୁଁ ଦଳକୁ ବୁଝି ପାରିଲି ଏବଂ ନିଜକୁ ପରିବର୍ତ୍ତନ କଲି। କଂଗ୍ରେସ ମୁସଲିମଙ୍କ ପାଇଁ କାମ କରେ ମାତ୍ର ଏହାର ଅର୍ଥ ଏହା ନୁହେଁ ଯେ ସେମାନେ ହିନ୍ଦୁ ବିରୋଧୀ। ଏମିତି କିଛି ବିଜେପି ସହିତ ମଧ୍ୟ ଘଟୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.