କଂଗେସ ଛାଡ଼ି ବିଜେପିରେ ସାମିଲ ହେଲେ ଅଭିନେତ୍ରୀ ଖୁସବୁ ସୁନ୍ଦର

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩/୧୦: ବଡ଼ ପରଦାରେ ଧମାଲ କରିବା ପରେ ରାଜନୀତିରେ ପାଦ ଥାପିଥିଲେ ଅଭିନେତ୍ରୀ ଖୁସବୁ ସୁନ୍ଦର। ଏବେ ସେ କଂ​‌ଗ୍ରେସ ହାତ ଛାଡ଼ି ପଦ୍ମ ଧରିଛନ୍ତି। ବିଜେପିରେ ଯୋଗ ଦେବା ପରେ ଖୁସବୁ କହିଛନ୍ତି ଯଦି ଦେଶକୁ ଆଗକୁ ବଢ଼ାଇବାର ଅଛି ତେବେ ଆମକୁ ଠିକ ବାଟରେ ନେବା ଦିଗରେ ପିଏମ ମୋଦିଙ୍କ ଆବଶ୍ୟକତା ରହିଛି। ଖୁସବୁଙ୍କ ଏଭଳି ବୟାନ ଉପରେ ବର୍ଷିଛନ୍ତି ଫରାହ ଅଲୀ ଖାନ୍। ଫରାହ କହିଛନ୍ତି ଲୋକ ଏତେ ଜଲଦି ବଦଳି ଯାଆନ୍ତି। ଏବେ ଫରାହଙ୍କ ଏ ଟ୍ବିଟ୍ ଖୁବ୍ ଭାଇରାଲ ହେଉଛି।

{"id":343600,"sizeSlug":"large"}

ତେବେ ବିଜେପିରେ ସାମିଲ ହୋଇଥିବା ଖୁସବୁ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦଳରେ କିଛି ନେତା ନିଜ କଥା ଲଦିବାକୁ ଚେଷ୍ଟା କରୁଛନ୍ତି। ଯେଉଁମାନଙ୍କର ତଳସ୍ତରରୁ ଲୋକଙ୍କ ସହ ଯୋଗାଯୋଗରେ ନାହାନ୍ତି ସେମାନେ ଏହି ନିଷ୍ପତ୍ତି ନେଉଛନ୍ତି। ଯେଉଁ ଭଳି ଭାବେ ଦଳ କାମ କରୁଥିଲା ସେଥିରେ ସେ ଆଦୌ ସନ୍ତୁଷ୍ଟ ନ ଥିବା କହିଛନ୍ତି। ବିଜେପି ତାଙ୍କ ପାଇଁ କ’ଣ କରିବ ସେ କଥା ସେ ଜାଣି ନାହାନ୍ତି। କିନ୍ତୁ ୨୧୮ କୋଟି ଜନତା ପିଏମ ମୋଦିଙ୍କୁ ବିଶ୍ବାସ କରୁଥିବାରୁ ତାଙ୍କୁ ଲାଗୁଛି କିଛି ତ ବିଜେପି ଠିକ୍ କାମ କରୁଛି।

ସୂଚନାଯୋଗ୍ୟ ସେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟ​‌ରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ଏହି ଅବସରରେ କ୍ୟାବିନେଟ୍ ମନ୍ତ୍ରୀ ଅନୁରାଗ ଠାକୁର, ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସ​‌ମେତ ଆହୁରି ଅନେକ ନେତା ଉପସ୍ଥିତ ଥିଲେ। ଦଳରେ ଯୋଗ ଦେବା ପ​‌ରେ ସେ ଜଗତ ପ୍ରକାଶ ରେଡ୍ଡିଙ୍କୁ ଭେଟିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.