ଭୁବନେଶ୍ବର ୨୬।୧୨: ଆଜି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ ଟାଉନ ଓ ମହୀପୁର ରେଳ ଲାଇନକୁ ଲୋକାର୍ପିତ କରିବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ ନୟାଗଡ ଟାଉନ୍ ଷ୍ଟେସନରେ ଖୋର୍ଦ୍ଧାରୋଡ୍-ନୟାଗଡ ଟାଉନ ପାସେଞ୍ଜର ଟ୍ରେନକୁ ମହିପୁର ସମ୍ପ୍ରସାରଣ କରାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
{"id":202722,"sizeSlug":"large"}ନୟାଗଡ ଟାଉନ୍ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ,ସାଂସଦ ପିନାକୀ ମିଶ୍ର, ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ, ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିବେ।
{"id":202723,"sizeSlug":"large"}ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ରେଳ ଷ୍ଟେସନରେ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ନାଲକୋ ଦ୍ବାରା ପ୍ରାୟୋଜିତ ଓଡିଶାର ଐତିହ୍ୟ ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନକୁ ଉଦଘାଟନ କରିବେ। ଅସଂରକ୍ଷିତ ଟ୍ରେନ୍ ଟିକେଟରେ ଇଂରାଜୀ,ହିନ୍ଦୀ ସହିତ ଓଡିଆ ଭାଷାର ପ୍ରଚଳନର ମଧ୍ୟ ଶୁଭାରମ୍ଭ କରିବେ।