ଖଣି ଦୁର୍ନୀତି ମାମଲା : ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ତହସିଲଦାର ଏବଂ ସଦର ଥାନା ଆଇଆଇସି
17/08/2019 at 12:10 PM

ଭୁବନେଶ୍ବର ୧୭|୮: କ୍ରାଇମବ୍ରାଞ୍ଚ ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦୁ ସାମଲ ଏବଂ ସଦର ଥାନା ଆଇଆଇସି ବିକ୍ରମ ଜେନା । ଖୋର୍ଦ୍ଧା ପଥର ଖଣି ଦୁର୍ନୀତି ମାମଲାରେ ଏଦି ଦୁଇ ଜଣଙ୍କୁ ୧୬୦ଧାରାରେ ନୋଟିସ କରାଯାଇଥିଲା ।
ତେବେ ଆଜି ଉଭୟ ଏସଟିଏଫ ନିକଟରେ ହାଜର ହୋଇଛନ୍ତି । ଖଣି ଦୁର୍ନୀତି ନେଇ ଅଧିକ ତଥ୍ୟ ଏସଟିଏଫ ନିକଟରେ ରଖିବେ ।
କିଛି ଦିନ ପୂର୍ବରୁ ଖୋର୍ଦ୍ଧା ଅଞ୍ଚଳରୁ ଖଣି ମାଫିଆମାନେ ଧରାପଡିଥିଲେ । ତେବେ ଏତେ ଦିନ ଧରି କିଭଳି ସମସ୍ତଙ୍କ ଅଗୋଚରରେ କାରବାର ଚାଲିଥିଲା ତାଙ୍କୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।
Related Posts
ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
27 January 2021
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021