ଖୋର୍ଦ୍ଧା ଏସ୍‌ପିଙ୍କୁ କରୋନା, ସ୍ବାବ୍ ଟେଷ୍ଟ ରିପୋର୍ଟ ଆସିଲା ପଜିଟିଭ୍

Published By : Prameya-News7 Bureau | August 06, 2020 IST

ଖୋର୍ଦ୍ଧା ୬।୮: ଖୋର୍ଦ୍ଧା ଏସପିଙ୍କୁ କରୋନା । ଏସପି ଅଜୟ ପ୍ରତାପ ସ୍ବାଇଁଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ସ୍ବାବ୍ ଟେଷ୍ଟରୁ ସେ କରୋନା ପଜିଟିଭ୍ ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତ କିଛିଦିନ ତଳେ ଜିଲ୍ଲା ପୋଲିସର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀମାନଙ୍କ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ଏସପି ଅଜୟ ପ୍ରତାପ ସ୍ବାଇଁଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲେ ହେଁ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହୋମ୍ ଆଇସୋଲେସନରେ ରହିଛନ୍ତି । ଯଦି ଆବଶ୍ୟକ ପଡେ ତାଙ୍କୁ କୋଭିଡ୍ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି ।

ଏହା ପୂର୍ବରୁ ଜିଲ୍ଲାର ପାଖାପାଖି ୨୫ ପୋଲିସ କର୍ମଚାରୀଙ୍କୁ କରୋନା ସଂକ୍ରମିତ ହୋଇସାରିଛି । ଫଳରେ ଏ ନେଇ ଏସ୍‌ପି ଅଫିସକୁ ସାନିଟାଇଜ୍ କରାଯାଇଛି । ଏସ୍‌ପିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀ ଓ ପରିବାରଲୋକଙ୍କ  ସ୍ବାବ୍ ନମୁନା ସଂଗ୍ରହ କରାଯିବ । ରିପୋର୍ଟ ଆସିବା ପର୍ଯ୍ୟନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ଘରେ ରହିବାକୁ କୁହାଯାଇଥିବା ସୂଚନା ମିଳିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.