ରେଡ୍‌ରୁ ୟେଲୋ ଜୋନ୍‌କୁ ଆସିଲା ଖୋର୍ଦ୍ଧା, ଗାଇଡଲାଇନ୍ ମାନିବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

Published By : Prameya-News7 Bureau | October 14, 2021 IST

ଭୁବନେଶ୍ବର ୧୪।୧୦: ସଂକ୍ରମଣ କମୁଛି ବଢୁଛି । କିନ୍ତୁ ସ୍ଥିତି ଉଦବେଗଜନକ ନୁହେଁ କି ପଜିଟିଭ୍ ରେଟ୍ ଉଦବେଗଜନକ ନୁହେଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଭୁବନେଶ୍ବର ପାଇଁ କେବଳ ଚିନ୍ତା ରହିଛି । ଜଣେ ସଂକ୍ରମିତ ହେଲେ ୭ ଦିନ ଲାଗୁଛି ଅନ୍ୟକୁ ସଂକ୍ରମିତ କରିବାକୁ । ୩ ମାସ ହେଲା ସଂକ୍ରମଣ ତଳ ଉପର ହେଉଛି ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟର ସବୁ ଜିଲ୍ଲା ଗ୍ରୀନ୍ ଜୋନରେ ଅଛି କେବଳ ଖୋର୍ଦ୍ଧା ରେଡ୍ ଥିଲା ଆଜି ୟେଲୋ ଜୋନ୍ ରେ ଅଛି। ମେଡିକାଲରେ ଆଡମିଶନ କମ୍ ଅଛି । ଆମେ ତ ସର୍ଭିଲାନ୍ସ କରୁଛି । ହେଲେ ଲୋକ କଟକଣା ମାନନ୍ତୁ ଆଉ ଏବେ ପର୍ଯ୍ୟନ୍ତ ଟିକା ନ ନେଇଥିଲେ ନେଇ ଯାଆନ୍ତୁ । ସବୁବେଳେ ଜଗି ହେବନି ଲୋକ ନିଜେ ସଚେତନ ହେବା ଦରକାର ଏବଂ ଗାଇଡ଼ଲାଇନ ମାନିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.