ଓଟିଭିର ସାରୁଅ ଜମି ହଡପ ମାମଲାର ତନାଘନା ଜାରି, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ କହିଲେ ଅଭିଯୋଗର ରହିଛି ସତ୍ୟାସତ୍ୟ

Published By : Prameya-News7 Bureau | October 07, 2020 IST

ଖୋର୍ଦ୍ଧ ୭।୧୦: ଖୋର୍ଦ୍ଧ ଜିଲ୍ଲା ସାରୁଅ ଓଟିଭି ଜମି ହଡ଼ପ ମାମଲାରେ ଜାରି ରହିଛି ତନାଘନା । ଏହି ମାମଲାରେ ସତ୍ୟତା ରହିଛି ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ୍ ମନୋଜ ପାଢୀ । ପ୍ରାଥମିକ ପର୍ଯ୍ୟାୟ ତଦନ୍ତରୁ ସତ୍ୟାସତ୍ୟ ଜଣାପଡ଼ିଛି ବୋଲି ସେ କହିଛନ୍ତି ।

ସାରୁଅର ହାଲୁରୀ ପାହାଡ଼ସିଂ ଓ ସନାତନ ପାହାଡ଼ସିଂ ଅଭିଯୋଗ କରିଥିଲେ ଯେ ନିଜ ଜମିକୁ ଯିବାକୁ ଓଟିଭି କର୍ତ୍ତୃପକ୍ଷଙ୍କ ପାଚେରୀ ବାଟ ଓଗାଳିଥିବା ଏବଂ ଅଭିଯୋଗ କଲେ ଗାଳିଗୁଲଜ କରୁଥିବା ଅଭିଯୋଗ କରିଥିଲେ । ଏନେଇ ସେମାନେ ବାଘମାରୀ ଥାନାରେ ଅଭିଯୋଗ କରିଥିଲେ । ତେବେ ପ୍ରାଥମିକ ପର୍ଯ୍ୟାୟ ତଦନ୍ତରୁ ସତ୍ୟାସତ୍ୟ ଥିବା କହିଛନ୍ତି ଏଡିଏମ୍ ।

ଗତକାଲି ପ୍ରଶାସନ ପକ୍ଷରୁ ପୁନର୍ବାର ମାପଚୁପ କରାଯାଇଥିଲା । ଅଭିଯୋଗ ହୋଇଥିବା ଜମିସ୍ଥଳକୁ ଜଟଣୀ ଓ ବେଗୁନିଆ ଆର୍ଆଇ ପହଂଚି ମାପଚୁପ କରିଥିଲେ । ପୂର୍ବରୁ ଏହି ମାମଲାରେ ଓଟିଭି ଏମଡି ଓ ଏତଲାକାରୀଙ୍କୁ ମଧ୍ୟ ପ୍ରଶାସନ ନୋଟିସ ଜାରି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.