ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ୍ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ
7/12/2020 at 3:50 PM

ଭୁବନେଶ୍ବର ୭।୧୨: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି । ସୋମବାର ଏଡିଜେ-୩ କୋର୍ଟରେ ଜାମିନ ଆବେଦନର ଶୁଣାଣି ହୋଇଥିଲା । ପ୍ରଦୀପଙ୍କ ଓକିଲ ଜାମିନ ଦେବା ପାଇଁ କହିଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଓକିଲ ତଦନ୍ତ ଚାଲିଥିବା ବେଳେ ଜାମିନ ନଦେବା ପାଇଁ ମତ ରଖିଥିଲେ ।
ପ୍ରଦୀପଙ୍କ ଓକିଲଙ୍କ କହିବା ଅନୁସାରେ ଏଫଆଇଆରରେ ଆକାଶଙ୍କ ନାଁ ଥିବାବେଳେ ପ୍ରଦୀପଙ୍କ ନାଁ ନାହିଁ। ଆଗରୁ କୌଣସି ଅପରାଧିକ ମାମଲା ନାହିଁ । ରାଜନୈତିକ ଉଦ୍ଦେଶ୍ୟ ରଖି ଏହା କରାଯାଇଛି । ତାଙ୍କୁ ଫସାଇ ଦିଆଯାଇଛି ।
ସେପଟେ ସରକାରୀ ପକ୍ଷର ଓକିଲ କିନ୍ତୁ ଆକାଶ ପାଠକଙ୍କ ସହ ତାଙ୍କର ଲିଙ୍କ୍ ଥିଲା ଆଉ ଏହି ଲିଙ୍କ୍ ଉଭୟ ବ୍ୟକ୍ତିଗତ ଓ ପାରିବାରିକ ବୋଲି ଦର୍ଶାଇଛନ୍ତି । ଆକାଶ ଜାଲିଆତି କରି ଏମଡି ବୋଲି ଦର୍ଶାଇ ଅର୍ଥ ହଡପ କରୁଥିଲା ।