ମହାପ୍ରଭୁଙ୍କ ସ୍ନାନଯାତ୍ରା : ଖୁଣ୍ଟିଆ ନିଯୋଗ ଦେଲେ ସେବାୟତ ତାଲିକା, ୨୭ତାରିଖ ମଧ୍ୟରେ ଦେବେ ୯ ନିଯୋଗ

Published By : Prameya-News7 Bureau | May 26, 2020 IST

ପୁରୀ ୨୬।୫: ସ୍ନାନଯାତ୍ରାରେ ସୀମିତ ସଂଖ୍ୟକ ସେବାୟତ ସାମିଲ ହେବା ନିଷ୍ପତ୍ତି ହେବା ପରେ ଆଜି ଖୁଣ୍ଟିଆ ନିଯୋଗ ଦାଖଲ କରିଛି ସେବାୟତ ତାଲିକା । ୪୦ ଜଣଙ୍କ ସ୍ଥାନରେ ମାତ୍ର ୧୦ ଜଣ ଖୁଣ୍ଟିଆ ମହାପ୍ରଭୁଙ୍କ ସ୍ନାନ ନୀତି କରିବା ପାଇଁ ନିଯୋଗ କହିଥିବା ବେଳେ ଅନ୍ୟ ୯ ନିଯୋଗ ୨୭ ତାରିଖ ମଧ୍ୟରେ ଦାଖଲ କରିବେ ତାଲିକା ।

{"id":276395,"sizeSlug":"large"}

ଆସନ୍ତାକାଲିଠାରୁ ପ୍ରଥମ ଦୁଇଦିନ ଦଇତାପତି ନିଯୋଗର କୋଭିଡ୍ ଟେଷ୍ଟ ଆରମ୍ଭ ହେବା ସହ ପରେ ପରେ ଗରାବଡୁ ନିଯୋଗର ହେବ ସ୍ବାବ୍ ଟେଷ୍ଟ।  ତେବେ ସମସ୍ତ ୧୦ଟି ନିଯୋଗର କୋଭିଡ୍ ଟେଷ୍ଟ କରିବା ପରେ ସେମାନେ ସ୍ନାନଯାତ୍ରାରେ ସାମିଲ ହେବେ। ଏପଟେ ୩ ରଥର ୪୨ଟି ଚକ ନିର୍ମାଣ କାମ ଶେଷ ହୋଇଥିବା ବେଳେ ଏବେ ଦଣ୍ଡା, ନାହାକା ନିର୍ମାଣ କାର୍ଯ୍ୟ କରୁଛନ୍ତି ବିଶ୍ବକର୍ମା। 

{"id":276389,"sizeSlug":"large"}

ସ୍ନାନଯାତ୍ରା ପାଇଁ ଏବେ ଚାଲିଛି ପ୍ରସ୍ତୁତି ପର୍ବ। ଏଥିପାଇଁ ସୀମିତ ସଂଖ୍ୟକ ସେବାୟତ ସେବାନୀତି ପାଇଁ ନିଷ୍ପତ୍ତି ହୋଇଥିବାରୁ ବିଭିନ୍ନ ନିଯୋଗ କାଣ୍ଟଛାଣ୍ଟ କରି ସେବାୟତ ତାଲିକା ଦାଖଲ କରୁଛନ୍ତି। ଗତକାଲି ଦଇତାପତିମାନେ ସେମାନଙ୍କ ସଂଖ୍ୟା ୧୫୦ରେ ସୀମିତ ରଖିବେ ବୋଲି ନିଷ୍ପତ୍ତି ଜଣାଇଥିବାବେଳେ ଆଜି ଖୁଣ୍ଟିଆ ସେବାୟତ ସେମାନଙ୍କ ସଂଖ୍ୟା ୪୦ ପରିବର୍ତ୍ତେ ୧୦ରେ ସୀମିତ ରଖିବେ ବୋଲି କହିଛନ୍ତି।

{"id":276391,"sizeSlug":"large"}

ପ୍ରତିବର୍ଷ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ସେବାୟତ ସ୍ନାନଯାତ୍ରାରେ ସାମିଲ ହେଉଥିବା ବେଳେ ଚଳିତ ବର୍ଷ ଏହା ୫ଶହ ମଧ୍ୟରେ ସୀମିତ ହେବା ଆଶା କରାଯାଉଛି। ତେବେ ସବୁ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେବାକୁ ଥିବାବେଳେ ଆସନ୍ତା ୨୭ ଓ ୨୮ ତାରିଖରେ ଦଇତାପତି ଓ ୨୯,୩୦ ତାରିଖରେ ଗରାବଡୁ ସେବାୟତଙ୍କ କୋଭିଡ୍ ଟେଷ୍ଟ ହେବ ବୋଲି ନିଷ୍ପତ୍ତି କରିଛି ପ୍ରଶାସନ। 

{"id":276392,"sizeSlug":"large"}

ସେହିପରି ରଥକାମ ମଧ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ୩ ରଥର ୪୨ଟି ଚକ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବେ ଦଣ୍ଡା ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ବିଶ୍ବକର୍ମା। ପ୍ରତ୍ୟେକ ରଥର ୭ଟି ଲେଖାଏଁ ଦଣ୍ଡା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ରୂପକାର ସେବାୟତମାନେ ହିଁ ବରାଳ ସହ ନାଟ ଗୋଡର ଖୋଦେଇ କାର୍ଯ୍ୟ କରୁଛନ୍ତି। ସମୟ ପୂର୍ବରୁ ରଥର ଚକନିର୍ମାଣ ଶେଷ ହୋଇଥିବାରୁ ଚଳିତବର୍ଷ ରଥନିର୍ମାଣ ମଧ୍ୟ ସମୟ ପୂର୍ବରୁ ଶେଷ ହେବା ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.